ଭୂଦାନ ଜଙ୍ଗଲ ଅଞ୍ଚଳରେ ବୁଲି ସ୍ଥାନୀୟ ଲୋକଙ୍କ ଠାରୁ ଦାଦାବଟି ଆଦାୟ ଅଭିଯୋଗରେ ତାଳବଣିଆ ଥାନା ଦ୍ୱାରା ଜଣେ ଗିରଫ - NILACHALA SAMACHAR
Article Image

ଭୂଦାନ ଜଙ୍ଗଲ ଅଞ୍ଚଳରେ ବୁଲି ସ୍ଥାନୀୟ ଲୋକଙ୍କ ଠାରୁ ଦାଦାବଟି ଆଦାୟ ଅଭିଯୋଗରେ ତାଳବଣିଆ ଥାନା ଦ୍ୱାରା ଜଣେ ଗିରଫ

🗂 Crime | 🕒 03 Jun 2025, 02:10 IST

ପୁରୀ ଭୂଦାନ ଜଙ୍ଗଲ ଅଞ୍ଚଳରେ ବୁଲି ସ୍ଥାନୀୟ ଲୋକଙ୍କ ଠାରୁ ଦାଦାବଟି ଆଦାୟ ଅଭିଯୋଗରେ ତାଳବଣିଆ ଥାନା ଦ୍ୱାରା ଜଣେ ଗିରଫ ଶହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ପିକେଆରଆଇଟି କଲୋନୀର ପୋଡା ମୋବିଲି ଓରଫ କାଳିଆ ଓରଫ କାଳୁ ପଟ୍ଟନାୟକ 35 l ଅଭିଯୁକ୍ତ ନିକଟରୁ ଏକ କଟୁରୀ ସହ 6ଶହ ଟଙ୍କା ଜବତ କରିଛି ପୁଲିସ l ଜଣାଯାଇଛି ଯେ ଗତକାଲି ରାତ୍ରରେ ପୋଡା ମୋବିଲି କଟୁରୀ ଧରି ଭୟଭୀତ କରାଇ ସ୍ଥାନୀୟ ଲୋକ ଓ ପଥଚାରୀଙ୍କ ଠାରୁ ଦାଦାବଟି ଆଦାୟ କରୁଥିବା ନେଇ ପେଟ୍ରୋଲିଂ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା l ଅଭିଯୁକ୍ତ ବିରୁଦ୍ଧରେ 105/2025 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ ସାଢେ 2ଟାରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: