🗂 Crime | 🕒 04 Jun 2025, 02:23 IST
ପୁରୀ ବଡଶଙ୍ଖ ନିକଟ ବଡଦାଣ୍ଡରୁ ଟାଟାଏସି ଗାଡି ଚୋରି ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ବସଷ୍ଟାଣ୍ଡ ନିକଟରେ ରହୁଥିବା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଂଚଳର ଦୁଷ୍ମନ୍ତ ଶର୍ମା 41 l ଅଭିଯୁକ୍ତ ନିକଟରୁ ଟାଟାଏସି ଗାଡି ଜବତ କରାଯାଇଛି କୁମୁଟିପାଟଣା ସେନାପତି ବଗିଚାର ମାନସ କୁମାର ବରାଳଙ୍କ ଓଡି 02 ବିଡି 4125 ନମ୍ବର ବିଶିଷ୍ଟ ଟାଟାଏସି ଗାଡିଟି ବଡଶଙ୍ଖ ନିକଟ ବଡଦାଣ୍ଡ ପାର୍ଶ୍ଵରେ ପାର୍କିଙ୍ଗ ହୋଇ ରହିଥିଲା l ଟାଟାଏସି ଗାଡିଟି ନପାଇ ଶ୍ରୀ ବରାଳ ଗତ 1ତାରିଖ ସକାଳେ ଥାନାରେ ଅଭିଯୋଗ କରିଥିଲେ l ଥାନା ପକ୍ଷରୁ 248/2025 ନମ୍ବର ମାମଲା ରୁଜୁ କରାଯାଇ ଅନୁସନ୍ଧାନ କରାଯାଇଥିଲା l ପରେ ଟାଟାଏସି ଗାଡି ଜବତ କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଥିଲା l ଆଜି ଅପରାହ୍ନ 5ଟାରେ ଅଭିଯୁକ୍ତ ଦୁଷ୍ମନ୍ତ ଶର୍ମାକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.