🗂 Crime | 🕒 04 Jun 2025, 02:27 IST
ପୁରୀ ଅର୍ବାନହାଟ ମୁଖ୍ୟ ଗେଟ ନିକଟରୁ ସମୁଦ୍ରକୂଳ ଥାନା ପୁଲିସ ଦ୍ୱାରା ବ୍ରାଉନସୁଗାର ଜବତ, ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଚନ୍ଦନପୁର ଥାନା ଅନ୍ତର୍ଗତ ବଳଭଦ୍ରପୁରର ଟାଇସନ ଓରଫ ସୁରେଶ କୁମାର ଦାଶ 38 l ଅଭିଯୁକ୍ତ ନିକଟରୁ 10.60ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୁଲିସ l ଆଜି ପୁଲିସ ପେଟ୍ରୋଲିଂ ବେଳେ ଅଭିଯୁକ୍ତ ବ୍ରାଉନସୁଗାର କାରବାର ପାଇଁ ରଖିଥିବା ବେଳେ ଅର୍ବାନ ହାଟ ମୁଖ୍ୟ ଗେଟ ନିକଟରୁ ଧରାପଡ଼ିଥିଲା l ପରେ ଅଭିଯୁକ୍ତ ବିରୁଦ୍ଧରେ ଏନଡିପିଏସ ଆକ୍ଟରେ 141/2025 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.