🗂 Crime | 🕒 04 Jun 2025, 02:31 IST
ପୁରୀ ନବକଳେବର ରୋଡ ସ୍ଥିତ ଏକ ଘରୋଇ ହସ୍ପିଟାଲ ପଛପଟେ ଡକାୟତି ଯୋଜନା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା 6ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ଅବକାଶ ଲେନର ଡେଙ୍ଗା ଚିକୁ ଓରଫ ବିକାଶ ମହାନ୍ତି 26, ଖାକିମଠ ନୂଆସାହିର ପାରା ଗୁଡୁ ଓରଫ ଲୋକନାଥ ଦାସ 29, ଲୋକନାଥରୋଡ ଥାନାପତି ଭଗବତୀ ଲେନର ବୁଲୁ ଓରଫ ବୁଲା ଦାସ 35, ବଳିଆପଣ୍ଡା ମଙ୍ଗଳାସାହିର ପିଲି ମାଧିଆ ଓରଫ ମାଧବ ସିଂହ 23, ନରେନ୍ଦ୍ରକୋଣ ମଙ୍ଗଳାସାହିର ଟୁଲୁ ନାୟକ 42 ଓ ବଳିଆପଣ୍ଡା ଦାମୋଦର ରୋଡର ରଞ୍ଜିତ ସାହୁ 27 l ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଆଇରନ ରଡ଼, ଗୋଟିଏ ଖଣ୍ଡା, 4ଟି ଖାଲି ବିୟର ବୋତଲ, ଏକ ପ୍ୟାକେଟ ଲଙ୍କାଗୁଣ୍ଡ, ପଲିଥିନ ମ୍ୟାଟ, ଦିଆସିଲି ସହ ସିଗାରେଟ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତକାଲି ରାତ୍ରରେ ଅଭିଯୁକ୍ତ ମାନେ ନିକଟସ୍ଥ ସୁନା ଅଳଙ୍କାର ଦୋକାନରେ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ପେଟ୍ରୋଲିଂ ପୁଲିସ ଜାଣିବାକୁ ପାଇଥିଲା l ପରେ ଘଟଣା ସ୍ଥଳରେ ପୁଲିସ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିଲା l 254/2025 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 5ଟାରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.