ଶ୍ରୀସେତୁ ଓଭରବ୍ରିଜ ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ - NILACHALA SAMACHAR
Article Image

ଶ୍ରୀସେତୁ ଓଭରବ୍ରିଜ ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ

🗂 Crime | 🕒 04 Jun 2025, 02:48 IST

ପୁରୀ ଶ୍ରୀସେତୁ ଓଭରବ୍ରିଜ ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ମାର୍କଣ୍ଡେଶ୍ୱର ସାହି ହରିଜନ କଲୋନୀର ରାକେଶ ଓରଫ ନିତାଇ ଚରଣ ନାୟକ 28 l ଅଭିଯୁକ୍ତ ନିକଟରୁ ଗୋଟିଏ କଟୁରୀ ଓ 150ଟଙ୍କା ଜବତ କରାଯାଇଛି l ଅଭିଯୁକ୍ତ ଅଟୋ ରିକ୍ସା ଡ୍ରାଇଭର ଓ ପାସେଞ୍ଜରଙ୍କ ନିକଟରୁ ଦାଦାବଟି ଆଦାୟ କରୁଥିବା ନେଇ ଆଜି ପୂର୍ବାହ୍ନରେ ପୁଲିସ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା l ପରେ 226/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: