🗂 Crime | 🕒 06 Jun 2025, 15:22 IST
ପୁରୀ ପୋଲିସ ହାତରେ ୬ ଅପରାଧୀ ୬ଟି ଦେଶୀ ପିସ୍ତଲ, ୨୦ଟି ଗୁଳି, ୩ଟି ମୋବାଇଲ ସହ, ୨୧୦୦ ଟଙ୍କା ଜବତ. ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ସହରରେ ଅପରାଧ, ଓ ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ ସୁରକ୍ଷା ଦୃଷ୍ଟିକୁ ନେଇ ପୁରୀ ପୋଲିସ ପକ୍ଷରୁ କଡା ପଦକ୍ଷେପ ଗ୍ରହନ କରାଯାଇ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରାଯାଉଛି. ଏହି କ୍ରମରେ ସମୁଦ୍ରକୂଳ ଥାନା ଦ୍ୱାରା ବଡ ଅପରାଧୀ ଗ୍ୟାଙ୍ଗ ର ୬ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି. ଅଭିଯୁକ୍ତ ମାନେ ହେଲେ ଫ୍ରେଣ୍ଡଶ କ୍ଲବ ଲେନ ର ଡେଙ୍ଗା ମୁନ୍ନା ଓରଫ ରମେଶ ପରିଡା ବୟସ ୨୯, ପେଣ୍ଠକଟା ବ୍ରାହ୍ମଣ ପୋଖରୀର ବାବୁ ଦାଶ ଓରଫ ଭୋଇ ବୟସ ୨୪, କୁମୁଟିପାଟଣା ଜଗନ୍ନାଥ କଲୋନୀ ର ରଶ୍ମି ଓରଫ ଗୁଡ଼ୁ ପଣ୍ଡା, ସିଦ୍ଧ ମହାବୀର ର କାହ୍ନ ଓରଫ ହରିଚନ୍ଦନ ଦାଶ ବୟସ ୨୦, ଗୋଖା ସାହିର ପତିତ ବେହେରା ବୟସ ୨୫, ବାସେଳୀ ସାହି ଓଡ଼ିଆ ମଠ ରେ ରହୁଥୁବା ଚିତ୍ତରଞ୍ଜନ ପୁରୋହିତ. ଏହି ଅଭିଯୁକ୍ତ ମାନଙ୍କ ନିକଟରୁ ୬ଟି ଦେଶୀ ପିସ୍ତଲ, ୨୦ଟି ଗୁଳି, ୩ଟି ମୋବାଇଲ ସହ, ୨୧୦୦ ଟଙ୍କା ଜବତ କରାଯାଇଛି. ଏନେଇ ଆଜି ଟାଉନ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀ ରେ SP ବିନତି ଅଗ୍ରୱାଲ ସୂଚନା ଦେଇଛନ୍ତି।।
No comments yet.