🗂 Art & Culture | 🕒 06 Jun 2025, 21:07 IST
ପୁରୀ ଜୁନ୍ ୧୧ ରେ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା। ତେବେ ଏହାକୁ ନେଇ ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି। ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଛତିଶା ନିଯୋଗ ସହ ବୈଠକ କରିଛନ୍ତି ଏସପି ବିନୀତ ଅଗ୍ରୱାଲ। ବିଗତ ବର୍ଷ ସ୍ନାନ ପୂର୍ଣ୍ଣିମାରେ କ'ଣ ସବୁ ସମସ୍ୟାର ସମ୍ମୁଖିନ ହୋଇଥିଲେ ସେବାୟତ ସେନେଇ ଏସପିଙ୍କୁ ଅବଗତ କରାଇଥିଲେ ଛତିଶା ନିଯୋଗର ସେବାୟତ ପ୍ରତିନିଧି। ସେହିପରି ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ କିଭଳି ସୁରୁଖୁରୁରେ ସମସ୍ତ ନୀତି କାନ୍ତି ଆୟୋଜନ ହୋଇପାରିବ, ପାଳିଆ ସେବାୟତ ମାନେ ସହଜରେ କିଭଳି ପ୍ରବେଶ କରିପାରିବେ, ନୀତି କାନ୍ତି କିଭଳି ସୂଚାରୁରୂପେ ହୋଇପାରିବ, ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ କିଭଳି ଭଲରେ ଦର୍ଶନ କରିପାରିବେ ସେନେଇ ବୈଠକରେ ଆଲୋଚନା ହୋଇଛି।
No comments yet.