ସ୍ନାନ ଯାତ୍ରା ଓ ରଥଯାତ୍ରା ଶୃଙ୍ଖଳିତ ପାଁଈ ଜିଲ୍ଲା ପ୍ରଶାସନ ସହ ବସ୍ ମାଲିକ ସଙ୍ଘ ସହ ଏକ ବୈଠକ ସ୍ଥାନୀୟ ସର୍କିଟ ହାଉସ ପରିସରରେ ଅନୁଷ୍ଠିତ - NILACHALA SAMACHAR
Article Image

ସ୍ନାନ ଯାତ୍ରା ଓ ରଥଯାତ୍ରା ଶୃଙ୍ଖଳିତ ପାଁଈ ଜିଲ୍ଲା ପ୍ରଶାସନ ସହ ବସ୍ ମାଲିକ ସଙ୍ଘ ସହ ଏକ ବୈଠକ ସ୍ଥାନୀୟ ସର୍କିଟ ହାଉସ ପରିସରରେ ଅନୁଷ୍ଠିତ

🗂 Local | 🕒 07 Jun 2025, 21:40 IST

ପୁରୀ ସ୍ନାନ ଯାତ୍ରା ଓ ରଥଯାତ୍ରା ଶୃଙ୍ଖଳିତ ପାଁଈ ଜିଲ୍ଲା ପ୍ରଶାସନ ସହ ବସ୍ ମାଲିକ ସଙ୍ଘ ସହ ଏକ ବୈଠକ ସ୍ଥାନୀୟ ସର୍କିଟ ହାଉସ ପରିସରରେ ଅନୁଷ୍ଠିତ ହେଇଯାଇଛି. ବୈଠକ ରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, SP ବିନୀତ ଅଗ୍ରୱାଲ, ଟ୍ରାଫିକ DSP ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାର ଙ୍କ ସହ ଜିଲ୍ଲା ପରିବହନ ଅଧିକରୀ ରବୀନ ପଟ୍ଟନାୟକ ଉପସ୍ଥିତ ଥିଲେ. ଶୃଙ୍କଳିତ ଓ ଟ୍ରାଫିକ ନିୟମ ଅନୁସାରେ ବସ୍ ଚଳାଚଳ, ଯାତ୍ରୀଙ୍କ ଠାରୁ ସଠିକ ଭଡା ଆଦି ବିଭିନ୍ନ ପ୍ରସଙ୍ଗ ନେଇ ବୈଠକ ରେ ଗୁରୁତ୍ୱ ପ୍ରକାଶ ପାଇଥିଲା. ସ୍ନାନ ଯାତ୍ରା ଓ ରଥଯାତ୍ରା ରେ ଶ୍ରୀକ୍ଷେତ୍ର ରେ ପ୍ରବଳ ଜନ ସାମଗମ ହେବ, ଯାତ୍ରୀ ମାନେ ବସ୍ ରେ ଯାତ୍ରା କଲାବେଳେ ଶାନ୍ତି ଶୃଙ୍ଖଳା ର ସହ ଯାତାୟାତ କରିବେ ଓ ଯାତ୍ରୀ ଙ୍କ ଠାରୁ ନିଦ୍ଧାରିତ ଭଡା ନେବେ. ସେ ଦିଗରେ ଦୃଷ୍ଟି ଦେବା ପାଁଈ ବସ୍ ମାଲିକଙ୍କୁ ପରାମର୍ଶ ଦିଆଯାଇଥିଲା. ଏଥି ସହ ଟ୍ରାଫିକ ନିୟମ ଅନୁଷରେ ବସ୍ ଚଳାଚଳ କରିବା ପାଁଈ ବୈଠକ ରେ ଆଲୋଚନା ହେଇଥିଲା ।।

💬 Leave a Comment

🗨️ Approved Comments

No comments yet.

🔗 Share this article: