🗂 Local | 🕒 08 Jun 2025, 00:45 IST
ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ମୋଟର ଯାଞ୍ଚ, ୧ ଲକ୍ଷ ୭୩ ହଜାର ୧୦୦ ଟଙ୍କା ଜୋରିମାନା l ଶନିବାର ରାତ୍ରରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପୁରୁଣା ସଦର ଥାନା ଛକ ଓ ଚକ୍ରତୀର୍ଥ ରୋଡ ଅଞ୍ଚଳରେ ଗାଡି ମୋଟର ଯାଞ୍ଚ କରାଯାଇଥିଲା l ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବା, ଓଭର ଲୋଡ଼ କରି ଗାଡି ଚଳାଇବା, ଗାଡିର ସଠିକ କାଗଜପତ୍ର ଥିବା, ଡ୍ରାଇଭିଙ୍ଗ ଲାଇସେନ୍ସ ଆଦି ଯାଞ୍ଚ କରାଯାଇ l କେତେକ ଖିଲାପକାରୀଙ୍କ ବିରୁଦ୍ଧରେ ଜୋରିମାନା ବାବଦକୁ ୧ ଲକ୍ଷ ୭୩ ହଜାର ୧୦୦ ଟଙ୍କା ଚାଲାଣ କଟାଯାଇଥିଲା l 4ଟି ଅଟୋକୁ ଅଟକ ରଖାଯାଇଛି l ଓଏସଡି ରବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏମଭିଆଇ, ଟ୍ରାଫିକ ଇନ୍ସପେକ୍ଟର ପ୍ରମୁଖ ଗାଡି ମୋଟର ଯାଞ୍ଚ କରିଥିଲେ l
No comments yet.