ଏକାଦଶ ତମ ଶ୍ରୀକ୍ଷେତ୍ର ରଜ ମହୋତ୍ସବ ପ୍ରସ୍ତୁତି ବୈଠକ । - NILACHALA SAMACHAR
Article Image

ଏକାଦଶ ତମ ଶ୍ରୀକ୍ଷେତ୍ର ରଜ ମହୋତ୍ସବ ପ୍ରସ୍ତୁତି ବୈଠକ ।

🗂 Local | 🕒 08 Jun 2025, 17:35 IST


ପୁରୀ ମାର୍କଣ୍ଡେଶ୍ଵର ସାହି ପାଣ୍ଡ ଜାଗା ପକ୍ଷରୁ ଏକାଦଶ ତମ ଶ୍ରୀକ୍ଷେତ୍ର ରଜ ମହୋତ୍ସବ ନିମନ୍ତେ ଆଜି ବୁଢ଼ୀମା ତୋଟା କଲ୍ୟାଣୀ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହିସାମ୍ବାଦିକ ସମ୍ମିଳନୀରେ ରଜ ମହୋତ୍ସବ କମିଟିର ସଭାପତି ଭକ୍ତ ଚରଣ ଦାସ, ସମ୍ପାଦକ ବିଜୟ କୁମାର ସ୍ୱାଇଁ, ପାଣ୍ଡ ଜାଗାର କୋଷାଧ୍ୟକ୍ଷ ଦିଗମ୍ବର ପଣ୍ଡା, ଏବଂ ରଜ ମହୋତ୍ସବ କମିଟିର ଇଭେଣ୍ଟ ମ୍ୟାନେଜର  ସମୀର କୁମାର ସାମନ୍ତରାୟ, ସମାଜସେବୀ ତଥା ଅଧିବକ୍ତା ଚିନ୍ମୟ ଦାଶ, ବିଦ୍ୟାଧର ବେହେରା, ଭବେଶ ସ୍ୱାଇଁ , ତ୍ରିଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । ଆଧୁନିକ ସମାଜରେ ଦିନକୁ ଦିନ ଉତ୍କଳୀୟ ପରମ୍ପରା ତାର ସତ୍ତା ହରାଉଥିବା ବେଳେ ମାର୍କଣ୍ଡେଶ୍ଵର ସାହି ପାଣ୍ଡ ଜାଗା ପ୍ରତି ବର୍ଷ ରଜ ମହୋତ୍ସବ କରିଆସୁଛି। ଏହି ଉତ୍ସବ ଜୁନ ୧୪ ତାରିଖ ଠାରୁ ଜୁନ ୧୬ ପର୍ଯ୍ୟନ୍ତ ଦୀର୍ଘ ତିନି ଦିନଧରି ପାଳନ କରାଯିବ। ଏହି ଅବସରରେ ୪୦ ରୁ ଅଧିକ ଦୋଳି ଲାଗିବାକୁ ଥିବା ବେଳେ ମହିଳା ଓ ଝିଅମାନଙ୍କୁ ନେଇ ପୁଚି, ଝୋଟି, ଦଉଡ଼ି ଡ଼ିଆଁ ପିଠା ଓ ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା କରାଯିବ । ରଜ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କୁ ନେଇ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଦ୍ଵିତୀୟ ସନ୍ଧ୍ୟାରେ ଓଡ଼ିଶାର ଖ୍ୟାତ ନାମା କଣ୍ଠ ଶିଳ୍ପୀ ଆସିମା ପଣ୍ଡା ଓ ତାଙ୍କ ଟିମ୍ ଆଧୁନିକ ସଙ୍ଗୀତ ପରିବେଷଣ କରିବେ । ତୃତୀୟ ସନ୍ଧ୍ୟାରେ ଓଡ଼ିଶାର ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ୍ ପମ୍ ନିଜର କମେଡି ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରିବେ । ସେହି ସନ୍ଧ୍ୟାରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ରଜ କୁଇନ ଘୋଷଣା କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ପାଣ୍ଡ ଜାଗା ରଜ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

💬 Leave a Comment

🗨️ Approved Comments

No comments yet.

🔗 Share this article: