🗂 Local | 🕒 08 Jun 2025, 18:11 IST
ପୁରୀ ପୋଲିସ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା -2025 ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଦେବସ୍ନାନ ପୂର୍ଣ୍ଣିମା - 2025 ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ଦୃଷ୍ଟିରେ ଶ୍ରୀମନ୍ଦିର ଭିତର ଓ ବାହାର, ଟ୍ରାଫିକ୍, ଭିଡ଼ ନିୟନ୍ତ୍ରଣ, ପର୍ଯ୍ୟଟକ ସହଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ୍ ଓ ଅଫିସର ନିଯୁକ୍ତ କରାଯାଇଛି: ଶ୍ରୀମନ୍ଦିର ଭିତରେ ଜଣେ
କମାଣ୍ଡାଣ୍ଟ, 6 ଜଣ ଅତିରିକ୍ତ ଏସ୍ପି, 13
ଡିଏସ୍ପି, 27 ଇନ୍ସପେକ୍ଟର , 105
ଏସଆଇ/ଏଏସଆଇ , 122 କନେଷ୍ଟବଲ , 84 ହୋମଗାର୍ଡ ସହ
34 Platoon ଫୋର୍ସ ନିଯୁକ୍ତ ନିଯୁକ୍ତ କରାଯାଇଛି।ଶ୍ରୀମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ 2 କମାଣ୍ଡାଣ୍ଟ/ଏସ୍ପି , 5
ଅତିରିକ୍ତ ଏସ୍ପି , 8 ଡିଏସ୍ପି – 08
ଇନ୍ସପେକ୍ଟର, 26 SI/ASI , 109
ହୋମ ଗାର୍ଡ , 50 କନେଷ୍ଟବଲ,
24 ପ୍ଲାଟୁନ୍ ଓ 1 Section ଫୋର୍ସ ମୁତୟନ ହେବେ।
ସେହିପରି ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଜଣେ
ଏସ୍ପି , 2 ଅତିରିକ୍ତ ଏସ୍ପି, 6 ଡିଏସ୍ପି, 10 ଇନ୍ସପେକ୍ଟର, 87 ଏସଆଇ ଏ ଏସ ଆଇ, 140 କନେଷ୍ଟବଳ, 406 ହୋମଗାର୍ଡ,
8 ପ୍ଲାଟୁନ୍ ଓ 2 Section ଫୋର୍ସ ମୁତୟନ କରାଯିବ।
ସେହିପରି ପର୍ଯ୍ୟଟକଙ୍କୁ ସହଯୋଗ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜଣେ
ଅତିରିକ୍ତ ଏସ୍ପି , ଜଣେ ଡିଏସ୍ପି, ଜଣେ
ଇନ୍ସପେକ୍ଟର , 17 ଏ ଏସ ଆଇ, ଏସ ଆଇ, 24 କନେଷ୍ଟବଳ, 38 ହୋମଗାର୍ଡ ,
1 ପ୍ଲାଟୁନ୍ ଓ 2 Section ଫୋର୍ସ ମୁତୟନ ହେବେ। ଅନ୍ୟାନ୍ୟ ବ୍ୟବସ୍ଥା ପାଈଁ 2 ଏସ ଆଇ, 2 Section Section ଫୋର୍ସ ନିଯୁକ୍ତ ହେବେ। ସ୍ନାନ ଯାତ୍ରା ପାଇଁ ମୋଟ 4 ଜଣ ଏସ୍ପି/କମାଣ୍ଡାଣ୍ଟ , 15 ଅତିରିକ୍ତ ଏସ୍ପି/ଡିସି, 30
ଡିଏସ୍ପି/ଏସି , 67ଇନ୍ସପେକ୍ଟର , 348
SI/ASI , 65 ହାବିଲଦାର, 428 କନେଷ୍ଟବଳ,618 ହୋମଗାର୍ଡ , 52 ଟ୍ରାଫିକ କନେଷ୍ଟବଳ ସହ
ମୋଟ – 70 Platoon ଓ 1 Section ଫୋର୍ସ ନିଯୁକ୍ତ କରାଯାଇଛି।
ଅକ୍ଷୟା ତୃତୀୟ ଦିନରୁ ମହିଳାଙ୍କୁ ସହଯୋଗ କରିବା ପାଇଁ ପୁରୀ ପୋଲିସ ତରଫରୁ ଏକ ପିଙ୍କି ହେଲ୍ପ ଡେସ୍କ ଉତ୍ତର ଦ୍ୱାର ଠାରେ କରାଯାଇଥିଲା। ତାହା ଏବେ ସୁଧା 198 ଜଣ ମହିଳା ଶ୍ରଦ୍ଧାଳୁ ତାଙ୍କର ଅଭିଯୋଗ ଜଣାଇଥିଲେ। ପୁରୀ ଜିଲ୍ଲାର ବିଭିନ୍ନ ଥାନା ମାନଙ୍କୁ ପିଙ୍କି ହେଲ୍ପ ଡେସ୍କ ମାଧ୍ୟମରେ ଯୋଗାଯୋଗ କରି ସମାଧାନ କରାଯାଇଛି।ପୁରୀ ପୋଲିସ ଏହି ପବିତ୍ର ସ୍ନାନଯାତ୍ରା କୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି
B 1, ବିନୀତ ଅଗ୍ରୱାଲ , ପିରି ଏସପି
No comments yet.