🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। - NILACHALA SAMACHAR
Article Image

ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

🗂 Health | 🕒 09 Jun 2025, 16:08 IST

ପୁରୀ ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଘୋଷଯାତ୍ରା ଠାରୁ ନେଇ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ୩୦୦ ଡାକ୍ତର ନିୟୋଜିତ ହେବେ। ରଥଯାତ୍ରା ଦ୍ଵିତୀୟ ସମନ୍ଵୟ ବୈଠକ ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇଛନ୍ତି। ସେହିପରି କୋଭିଡ୍‌କୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ବ୍ୟସ୍ତ ହେବାର କିଛି ନାହିଁ। ଲୋ ଭାରିଆଣ୍ଟର କୋଭିଡ ଭୂତାଣୁ ଚିହ୍ନଟ ହୋଇଛି। ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୪୪ଟି କୋଭିଡ୍ କେସ୍ ଚିହ୍ନଟ ହୋଇଛି । ୧୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୩୪ ଜଣ ପଜିଟିଭ୍ ଅଛନ୍ତି।


ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଗୁରୁତର ରୋଗ କିମ୍ଵା ଥଣ୍ଡା କାଶ ଲକ୍ଷଣ ଥିଲେ ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ। ମାସ୍କ ବ୍ୟବହାର କରନ୍ତୁ। ଦେହ ଅତି ଅସୁସ୍ଥ ହେଲେ ହସ୍ପିଟାଲ୍ ଯାଆନ୍ତୁ। ସବୁ ସ୍ଥାନରେ କୋଭିଡ୍ ଟେଷ୍ଟ ପାଇଁ ବ୍ୟବସ୍ଥା ଅଛି।  

💬 Leave a Comment

🗨️ Approved Comments

No comments yet.

🔗 Share this article: