🗂 Local | 🕒 10 Jun 2025, 02:46 IST
ପୁରୀ ନରେନ୍ଦ୍ର କୋଣ ନିକଟରେ ଅଗ୍ନିକାଣ୍ଡ l ଅଗ୍ନିକାଣ୍ଡରେ ଖାଦ୍ୟ ବିକ୍ରି ହେଉଥିବା ଠେଲା ଗାଡିଟି ସଂପୂର୍ଣ୍ଣ ଜଳିଯାଇଛି l ଠେଲା ଗାଡିରେ ଖାଦ୍ୟ ବିକ୍ରି କରୁଥିବା ସମୟରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା l ଯାହାଫଳରେ ଉକ୍ତ ଠେଲା ଗାଡି ସହିତ ଏକ ସେଲୁନ ମଧ୍ୟ ଜଳିଯାଇଛି l ଘଟଣା ସ୍ଥଳରେ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଛନ୍ତି l ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷୟ କ୍ଷତି ହୋଇନଥିବା ଜଣାପଡିଛି l
No comments yet.