🗂 Local | 🕒 10 Jun 2025, 15:37 IST
ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ମୋଟର ଯାଞ୍ଚ, ୨ ଲକ୍ଷ ୯୫ହଜାର ଟଙ୍କା ଜୋରିମାନା l ସୋମବାର ରାତ୍ରରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପୁରୁଣା ସଦର ଥାନା ଛକ ଓ ମାର୍କେଟ ଛକ ଠାରେ ଗାଡି ମୋଟର ଯାଞ୍ଚ କରାଯାଇଥିଲା l ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବା, ଓଭର ଲୋଡ଼ କରି ଗାଡି ଚଳାଇବା, ଗାଡିର ସଠିକ କାଗଜପତ୍ର ଥିବା, ଡ୍ରାଇଭିଙ୍ଗ ଲାଇସେନ୍ସ ଆଦି ଯାଞ୍ଚ କରାଯାଇ କେତେକ ଖିଲାପକାରୀଙ୍କ ବିରୁଦ୍ଧରେ ଜୋରିମାନା ବାବଦକୁ ୨ ଲକ୍ଷ ୯୫ହଜାର ଟଙ୍କା ଚାଲାଣ କଟାଯାଇଥିଲା l ଓଏସଡି ରବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏମଭିଆଇ, ଟ୍ରାଫିକ ଇନ୍ସପେକ୍ଟର ପ୍ରମୁଖ ଗାଡି ମୋଟର ଯାଞ୍ଚ କରିଥିଲେ l
No comments yet.