୨୩ ତମ ଲୋକ ମେଳା ଓ ୧୬ ତମ କୃଷି ମେଳା ୨୦୨୫ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ - NILACHALA SAMACHAR
Article Image

୨୩ ତମ ଲୋକ ମେଳା ଓ ୧୬ ତମ କୃଷି ମେଳା ୨୦୨୫ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

🗂 Local | 🕒 10 Jun 2025, 16:50 IST



ପୁରୀ ସ୍ଥାନୀୟ ସର୍କିଟ ହାଉସ ସମିଳନୀ କକ୍ଷରେ ୨୩ତମ ଲୋକମେଳା ଓ ୧୬ମ କୃଷିମେଳା ପାଇଁ ମଙ୍ଗଳବାର ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ମେଳା ଚଳିତ ବର୍ଷ ଜୁନ ୧୬ରୁ ୨୦ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ପୁରୀ ବେଳାଭୂମିଠାରେ ଅନୁଷ୍ଠିତ ହେବ। ଏଥି ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମେଳାରେ ଦେଶର ୨୦ଟି ରାଜ୍ୟ ଯଥା ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମଣିପୁର, ସିକ୍କିମ, ତ୍ରିପୁରା, ପଶ୍ଚିମ ବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ତାମିଲ ନାଡୁ, ରାଜସ୍ଥାନ , ଗୁଜରାଟ, ହରିଆଣା , ପଞ୍ଜାବ ଇତ୍ୟାଦି ରୁ ପ୍ରାୟ ୪୦୦ କଳାକାର ଯୋଗଦେବା ପାଇଁ ସ୍ଵୀକୃତି ପ୍ରଦାନ କରିଛନ୍ତି ବୋଲି ମେଳାର ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି ସୂଚନା ପ୍ରଦାନ ଦେଇଥିଲେ। ଏହାସହିତ ହେବାକୁ ଥିବା ଜାତୀୟ ୧୬ତମ କୃଷିମେଳାରେ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟର ସମସ୍ତ ବିଭାଗ, ମସ୍ତ୍ୟ ଓ ପଶୁସମ୍ପଦ ମନ୍ତ୍ରଣାଳୟର ସମସ୍ତ ବିଭାଗ, ଓଡ଼ିଶା ସରକାରଙ୍କ କୃଷି ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପ୍ରଭୃତି ଯୋଗଦେବା କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଯୋଗଦାନ ପାଇଁ ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ସମେତ ଜିଲାସ୍ତରୀୟ ଅଧୁକାରୀଙ୍କୁ ନିମନ୍ତ୍ରଣ କରାଯାଇଅଛି ଓ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥଲେ। ଏହି ମେଳାକୁ ସଫଳ କରିବା ପାଇଁ ସମସ୍ତ ବିଭାଗ ସହଯୋଗ କରିବାକୁ ଅତିରିକ୍ତ ଜିଲାପାଳ ପରାମର୍ଶ ଦେଇଥିଲେ। ପ୍ରସ୍ତୁତି ବୈଠକରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା କ୍ରୀଡ଼ା ଅଧୁକାରୀ ଚନ୍ଦନ ସାହୁ, ଜିଲା ମୁଖ୍ୟ କୃଷି ଅଧୁକାରୀ , ଆଗ୍ନିକ ଅଧିକାରୀ ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି, ଶ୍ରୀ ଶ୍ରୀକ୍ଷେତ୍ର ସୂଚନାର ସାଂସ୍କୃତିକ ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, କୋଷାଧ୍ୟକ୍ଷ ନାରାୟଣ ପାତ୍ର, ସଂଗଠନ ସଂପାଦକ ସତ୍ୟବ୍ରତ ଦାସ, ସଂଯୋଜକ ହେକ୍ଟର ମିଶ୍ର, ବିଶ୍ଵନାଥ ମିଶ୍ର, ଶିବସୁନ୍ଦର ମିଶ୍ର, ସହ ସଂପାଦକ ବିଦ୍ରୋହ କେଶରୀ ସିଂହ, ଆଇଟି ସଂପାଦକ ରିତେଶ କୁମାର ମହାନ୍ତି, ଦିବ୍ୟ ପ୍ରକାଶ ସୁବୁଦ୍ଧି, ପୁଷ୍କର ସାହୁ , ପ୍ରଶାନ୍ତ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ଓଝା ପ୍ରମୁଖ ଯୋଗ ଦେଇଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: