ଦେବସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା। - NILACHALA SAMACHAR
Article Image

ଦେବସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା।

🗂 Crime | 🕒 11 Jun 2025, 19:17 IST

ପୁରୀ ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା। ପୁରୀ ଗୁଡିଆ ସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ। ମୃତକ ହେଉଛନ୍ତି ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ। ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ପହଣ୍ଡି ସେବା କରି ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ ଫେରିଥିଲେ। ଗୁଡିଆ ସାହିର ନାରଣ ପାଟଯୋଶୀଙ୍କୁ ଜଗନ୍ନାଥ ଟଙ୍କା ଦେଇଥିବାରୁ ଟଙ୍କା ନେବା ପାଇଁ ଆସିଥିଲେ। ତେବେ ଟଙ୍କା ଦେବା ବଦଳରେ ଘର ଭିତରେ ତାଙ୍କୁ ଅତି ନିର୍ମମ ଭାବେ ନାରଣ ହତ୍ୟା କରି ଫେରାର ହୋଇଯାଇଥିବା ମୃତକଙ୍କ ପୁତୁରା ଅଭିଯୋଗ କରିଛନ୍ତି।‌ ଘର ଭିତରେ ଜଗନ୍ନାଥଙ୍କୁ ହତ୍ୟା କରି ଅଭିଯୁକ୍ତ ମୃତଦେହ ଦାଣ୍ଡ ଦୁଆରେ ଫିଙ୍ଗିଥିବା ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: