🗂 Local | 🕒 14 Jun 2025, 19:55 IST
ପୁରୀ ପାନ୍ଥନିବାସରେ ଆଜି ରଜପର୍ବ ପାଳିତ ହୋଇଛି।ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା ଓ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଏହି ପର୍ବ କୁ ଉଦଘାଟନ କରିବା ସହ ଆମ ସଂସ୍କୃତି ଓ ପରମ୍ପରା ରେ ଓଡ଼ିଆ ପର୍ବ ରଜର ଏକ ସ୍ବତନ୍ତ୍ର ମହକ ରହିଛି।ତିନି ଦିନିଆ ରଜ ପର୍ବ ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କୁ ଆନନ୍ଦ ଦେଇଥାଏ ବୋଲି ସେମାନେ ମତ ଦେବା ସହ ଏହାକୁ ଆନନ୍ଦ ଭଲ୍ଲାସର ସହ ପ୍ରତ୍ୟେକ ପାଳନ ପାଇଁ ଶୁଭେଚ୍ଛା ଜଣାଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ପାନ୍ଥନିବାସର ମ୍ୟାନେଜର ଚନ୍ଦ୍ରକାନ୍ତ ଦାସ,ସହକାରୀ ମ୍ୟାନେଜର ବ୍ୟାମୋକେଶ ତ୍ରିପାଠୀ,ଦିଲ୍ଲୀପ ବାରିକ ଓ ପାନ୍ଥନିବାସର ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ।
No comments yet.