ଅହମ୍ମଦାବାଦ ବିମାନ ଦୁର୍ଘଟଣା ମୃତକଙ୍କୁ ବାଲୁକା ଚିତ୍ରକଳାରେ ଶ୍ରଦ୍ଧାଞ୍ଜଳି - NILACHALA SAMACHAR
Article Image

ଅହମ୍ମଦାବାଦ ବିମାନ ଦୁର୍ଘଟଣା ମୃତକଙ୍କୁ ବାଲୁକା ଚିତ୍ରକଳାରେ ଶ୍ରଦ୍ଧାଞ୍ଜଳି

🗂 Local | 🕒 15 Jun 2025, 00:52 IST

ପୁରୀ ଅହମଦାବାଦ ରେ ବିମାନ ଦୁର୍ଘଟଣା ସାରା ଦେଶ ବାସୀ ଙ୍କୁ ସ୍ତବ୍ଧ କରିଦେଇଛି। ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ତେବେ ଏଭଳି ଦୁଃଖଦ ଘଟଣା କୁ ନେଇ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମି ରେ ସୁଦର୍ଶନ ବିମାନ ଦୁର୍ଘଟଣା ର ପ୍ରତିକୃତି କୁ ଅତି ନିଖୁଣ ଭାବରେ ବାଲିରେ ତିଆରି କରିଛନ୍ତି। ତେବେ ଏହି ବାଲୁକା ଚିତ୍ରକଳା କୁ ଦେଖିବାକୁ ବହୁ ପର୍ଯ୍ୟଟକ ଙ୍କ ଭିଡ ହୋଇଥଲା। ପର୍ଯ୍ୟଟକ ମାନେ ବିମାନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: