🗂 Crime | 🕒 19 Jun 2025, 01:55 IST
ପୁରୀ ଜିଲ୍ଲା ଚନ୍ଦନପୁର ଥାନାର ASI ପ୍ରଭାତ କୁମାର ପ୍ରଧାନଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି l ଅଭିଯୋଗକାରୀଙ୍କ ଠାରୁ ଚନ୍ଦନପୁର ଥାନାରେ ପୂର୍ବରୁ ପଞ୍ଜିକୃତ ଏକ ଜମି ବିବାଦ ମାମଲାରେ ସାହାଯ୍ୟ କରିବା ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ l ଶ୍ରୀ ପ୍ରଧାନ ଲାଞ୍ଚ ମାଗୁଥିବା ବେଳେ ଅଭିଯୋଗ କାରୀ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ l ଅଭିଯୋଗ କାରୀଙ୍କ ଠାରୁ ଶ୍ରୀ ପ୍ରଧାନ 15ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀ ତତକ୍ଷଣାତ ଚଢ଼ାଉ କରି ୧୫,୦୦୦ ଲାଞ୍ଚ ଟଙ୍କା ଜବତ କରିଥିଲେ l ASI ପ୍ରଭାତ କୁମାର ପ୍ରଧାନଙ୍କ ବିରୁଦ୍ଧରେ ଭୁବନେଶ୍ୱର ଭିଜିଲାନ୍ସ ଥାନା ମାମଲା ନଂ ୧୨/୨୦୨୫, ପିସି (ସଂଶୋଧନ) ଆଇନ ମାମଲା ରୁଜୁ କରାଯାଇଛି l
No comments yet.