ପୁରୀ ପୋଲିସ ଦ୍ୱାରା ସମୁଦ୍ରକୁଳ ଓ ସିଟି ରୋଡ ପାର୍କିଂ ମୁକ୍ତ - NILACHALA SAMACHAR
Article Image

ପୁରୀ ପୋଲିସ ଦ୍ୱାରା ସମୁଦ୍ରକୁଳ ଓ ସିଟି ରୋଡ ପାର୍କିଂ ମୁକ୍ତ

🗂 Local | 🕒 19 Jun 2025, 02:12 IST




ପୁରୀ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଓ ପ୍ରଯ୍ୟଟକ ପୁରୀକୁ ଦର୍ଶନ ଓ ବୁଲିବା ପାଇଁ ଆସୁଛନ୍ତି । ବିଶେଷକରି CT ରୋଡ୍ ଓ ସମୁଦ୍ର କୂଳ ରୋଡରେ ଯାତାୟାତ ଜାମ ହେବା ଏକ ଗମ୍ଭୀର ସମସ୍ୟା ଭାବରେ ଦେଖା ଦେଇଥାଏ । ଏହା ଦର୍ଶନାର୍ଥୀ ଓ ସ୍ଥାନୀୟ ନାଗରିକଙ୍କ ପାଇଁ ଗମନା ଗମନ ପାଇଁ ଅସୁବିଧା ସୃଷ୍ଟି କରୁଥିଲା ଏହା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନିତ ଅଗ୍ରୱାଲ ଙ୍କ ନିର୍ଦେଶ କ୍ରମେ ଏହି ପରିସ୍ଥିତିକୁ ଦୂର କରିବା ପାଇଁ ପୁରୀ ପୋଲିସ ବିଶେଷ ପଦକ୍ଷେପ ଗ୍ରହଣ karichhi ।


ରୋଡ ଉପରେ ଗାଡି ରାଖିବା ଉପରେ କଡା କାର୍ଯ୍ୟାନୁଷ୍ଠାନ:

CT ରୋଡ୍ ଓ ସମୁଦ୍ର କୂଳ ରୋଡ ଉପରେ ଯେଉଁମାନେ ଅନଧିକୃତ ଭାବରେ ଗାଡି ରାଖିବେ, ସେମାନଙ୍କ ଉପରେ ଅର୍ଥଦଣ୍ଡ ଲାଗୁ ହେବ ଓ ଗାଡି ଅପସାରଣ କରାଯିବ । ଏହି ଅଞ୍ଚଳକୁ ସର୍ବଦା ଯାତାୟାତ ପାଇଁ ସମ୍ପୂର୍ଣ ରୂପେ ପାର୍କିଂ ଫ୍ରି ରଖିବା କରାଯାଇଛି ।


ଉର୍ବନ ହାଟ ଏବଂ ପର୍ଯ୍ୟଟକ ବସ ନିୟମ:

ଉର୍ବନ ହାଟ ଠାରେ ୭୦ ବସ ପାର୍କିଂ କରିଥାନ୍ତି ଯାହା ଯାତାୟାତ ରେ ସମସ୍ୟା ଦେଖା ଯାଏ, ଉର୍ବନ ହାଟ ନିକଟରେ ପର୍ଯ୍ୟଟକ ବସ୍ ପାର୍କିଂ ଉପରେ ପୂର୍ଣ୍ଣ ପାବନ୍ଧି ଲାଗୁ କରାଯାଇଛି । ଏବେ ରୁଟିନ୍ ଅନୁଯାୟୀ, ସମସ୍ତ ପର୍ଯ୍ୟଟକ ବସ୍ ତାଲାବାଣିଆ ପାର୍କିଂ ରେ ଯିବାକୁ ପଡ଼ିବ ଏବଂ କେବଳ ଡ୍ରପ୍ ପଏଣ୍ଟ ଭାବରେ ଉର୍ବନ ହାଟ ର ବ୍ୟବହାର କରିହେବ । ଏହି ଚିନ୍ତାଧାରାରେ ଶୃଙ୍ଖଳା ଓ ଯାତାୟାତ ସୁବିଧା ବୃଦ୍ଧି ହେବ ।


୪,୦୦୦ ଟି ଅଟୋ ଚାଳକଙ୍କ ପାଇଁ ନିର୍ଦ୍ଦେଶ:

CT ରୋଡ ଓ ସମୁଦ୍ର କୂଳ ରୋଡ ଅଞ୍ଚଳରେ ଚାଲୁଥିବା ୪,୦୦୦ ଅଟୋ ଚାଳକଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ରୋଡ ଉପରେ ଗାଡି ରାଖିବେ ନାହିଁ । ଅନଧିକୃତ ଅଟୋ ପାର୍କିଂ କଲେ ଦଣ୍ଡ ଓ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ:

ଏହି ଉଦ୍ୟମ ପୁରୀକୁ ଯାତାୟାତ ଜାମ ମୁକ୍ତ କରିବା ଓ ପର୍ଯ୍ୟଟନ ସୁବିଧା ବଢ଼େଇବା ଦିଗରେ ଏକ ଦୃଢ଼ ପଦକ୍ଷେପ । ସମସ୍ତ ଗାଡି ଚାଳକ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଏଥିପାଇଁ ସହଯୋଗ କରିବାକୁ ଆହ୍ବାନ କରାଯାଉଛି ।


ପୁରୀ ପୋଲିସ ଓ ଯାତାୟାତ ବିଭାଗ ସଦା ଆପଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଛି । ଆସନ୍ତୁ ଏହି ଉଦ୍ୟମକୁ ସଫଳ କରିବାରେ ଆପଣମାନେ ସହଯୋଗ କରନ୍ତୁ ।


ପୁରୀ ପୋଲିସ

💬 Leave a Comment

🗨️ Approved Comments

No comments yet.

🔗 Share this article: