ଅରୁନ୍ଧତୀ ଜୁଏଲାରୀ ପକ୍ଷରୁ ରଜପରୀ ଗ୍ରାଣ୍ଡ ଫାଇନାଲ ସହ ଲକି ଡ୍ର 2025 ଅନୁଷ୍ଠିତ - NILACHALA SAMACHAR
Article Image

ଅରୁନ୍ଧତୀ ଜୁଏଲାରୀ ପକ୍ଷରୁ ରଜପରୀ ଗ୍ରାଣ୍ଡ ଫାଇନାଲ ସହ ଲକି ଡ୍ର 2025 ଅନୁଷ୍ଠିତ

🗂 Local | 🕒 19 Jun 2025, 14:46 IST

ପୁରୀ ଓଡ଼ିଶାର ଅଗ୍ରଣୀ ଜୁଏଲାରୀ ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଅରୁନ୍ଧତୀ ରଜପରି season - ୭ର ଗ୍ରାଣ୍ଡ finale ଏବଂ Foreign trip mega lucky draw - 2025 ୧୮ ଜୁନ ବୁଧବାର ସନ୍ଧ୍ୟା ୭ ଘଟିକା ସମୟରେ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ମେଧା ଅନ୍ବେଷଣ ଏବଂ ଭାଗ୍ୟଶାଳୀ ବିଜେତା ଚୟନ ଉତ୍ସବରେ ମୁଖ୍ୟ ଅତିଥି ଓ ବିଚାରପତି ଭାବେ ଓଲିଉଡ଼ ଅଭିନେତ୍ରୀ ତଥା ଅରୁନ୍ଧତୀ ଜୁଏଲର୍ସ ବ୍ରାଣ୍ଡ ଆମ୍ବାସଡର ଅର୍ଚିତା ଯୋଗଦାନ କରି ମୁଖ୍ୟ ଆକର୍ଷଣ ସାଜିଥିଲେ | ଅନ୍ୟାନ୍ୟ ବିଚାରପତି ଭାବେ ଗୀତିକାର ଅରୂଣ ମନ୍ତ୍ରୀ ଓ ପ୍ରସିଦ୍ଧ ଆଙ୍କର ଶୋଭନ ମିଶ୍ର ଯୋଗଦାନ କରିଥିଲେ | ପ୍ରକାଶଯୋଗ୍ୟ ଅରୁନ୍ଧତୀ ରଜପରି ର ମହାମଞ୍ଚ ଦୀର୍ଘ ୭ ବର୍ଷ ଧରି ଓଡ଼ିଶାର କୋଣ ଅନୁକୋଣରୁ ଅଦ୍ବିତୀୟ ପ୍ରତିଭାଙ୍କୁ ଅନ୍ବେଷଣ କରି ସେମାନଙ୍କ ପ୍ରତିଭା କୁ ବିକଶିତ କରିବାର ସୁଯୋଗ ପ୍ରଦାନ କରିଆସୁଛି | ସେହିଭଳି ଚଳିତ ବିବାହ ଋତୁରେ ନିଜ ପ୍ରିୟ ଗ୍ରାହକବନ୍ଧୁଙ୍କୁ ଅରୁନ୍ଧତୀ ଜୁଏଲର୍ସ ବିଦେଶ ଭ୍ରମଣ ଭଳି ଅଫର ପ୍ରଦାନ କରିଥିଲା |ଏହି ଅବସରରେ ୯ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଅରୁନ୍ଧତୀ ଜୁଏଲର୍ସ ତରଫରୁ foreign trip coupoun ପ୍ରଦାନ କରାଯାଇଥିଲା | ଏହି ପରିପେକ୍ଷିରେ ଅରୁନ୍ଧତୀ ପ୍ରତିଷ୍ଠାତା ଶ୍ରୀ ବ୍ରହ୍ମାନନ୍ଦ ମେହେର ଅରୁନ୍ଧତୀ ପରିବାର ପ୍ରତି ଅଗାଢ ଭରସା ଓ ବିଶ୍ବାସ ରଖିଥିବା ପ୍ରତ୍ୟେକ ଗ୍ରାହକବନ୍ଧୁଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ରଜପରି ଓ foreign trip କୁପନ ବିଜେତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ | ନିଜ ବକ୍ତବ୍ୟରେ ଶ୍ରୀ ମେହେର ପ୍ରକାଶ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସର୍ବଦା ଅରୁନ୍ଧତୀର ପ୍ରତ୍ୟେକଟି ସଫଳତାର ପ୍ରେରଣାର ସ୍ରୋତ | ଚଳିତ ବର୍ଷ ସେହି ମହାପ୍ରଭୁଙ୍କ କରୁଣାରୁ ଅରୁନ୍ଧତୀ ବାନ୍ଧକଳା ଅରୁନ୍ଧତୀ ପରିବାରରେ ଜଡିତ ହୋଇ ଅରୁନ୍ଧତୀର ପ୍ରତ୍ୟେକଟି ଶାଖାରେ ଗହଣା ସହ ଶାଢ଼ୀର ଅପୂର୍ବ ସମନ୍ବୟ ଶୋଭା ପାଉଛି | ନିଜ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ସେବା ସହ ସର୍ବୋତ୍ତମ ଉତ୍ପାଦ ଯୋଗାଇଦେବା ଅରୁନ୍ଧତୀର ପ୍ରଥମ ପ୍ରାଥମିକତା ଓ ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ | ଉଲ୍ଲେଖଯୋଗ୍ୟ ରଜପରି season -୭ ରେ ୨୦୦0 ଜଣ ପ୍ରତିଯୋଗୀ ଅଡିସନ ରାଉଣ୍ଡରେ ଅଂଶଗ୍ରହଣ କରିଥିଲେ | ସେମାନଙ୍କ ମଧ୍ୟରୁ ୩୫ ଜଣ ପ୍ରତିଯୋଗୀ finale ରାଉଣ୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ | ଏହି କ୍ରମରେ ବିଜେତା ବିବେଚିତ ୩ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୨୦୦୦୦, ୧୫୦୦୦ ଏବଂ ୧୦୦୦୦ ଅର୍ଥରାଶି ଓ ମାନପ‌ତ୍ର ପ୍ରଦାନ କରାଯାଇଥିଲା।

💬 Leave a Comment

🗨️ Approved Comments

No comments yet.

🔗 Share this article: