🗂 Local | 🕒 19 Jun 2025, 15:18 IST
ପୁରୀ ପ୍ରତି ବର୍ଷ ରଥଯାତ୍ରାକୁ ନେଇ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ଆସନ୍ତି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷିତ ପରିବେଶ ନିମିତ୍ତେ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ନିଜର ସମସ୍ତ ଥାନା ଅଧୀନସ୍ଥ ସମସ୍ତ ଥାନା ଅଧିକାରୀ ବିଭିନ୍ନ ସ୍ଥାନରେ ଖୋଲା ସ୍ଥଳରେ ବସିଥିବା ବଞ୍ଜାରା ଓ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ ନଜର ଦେଉଛନ୍ତି ।
ସହରର ବିଭିନ୍ନ ଖାଲି ଅଞ୍ଚଳ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ଗ୍ରାଣ୍ଡ ରୋଡ଼ ଓ ସମୁଦ୍ର କୂଳ ଅଞ୍ଚଳରେ ବଞ୍ଜାରା ଲୋକମାନେ ଖୋଲା ସ୍ଥଳରେ ବସିଛନ୍ତି ବୋଲି ପୁରୀ ପୋଲିସର ନଜର ଆସିଛି । ଏହା ଦୃଷ୍ଟିରେ ରଖି ଏବଂ ସାଧାରଣ ଜନତାର ସୁରକ୍ଷା ଓ ଆଶ୍ୱସ୍ଥିତାକୁ ପ୍ରଥମ ପ୍ରାଥମିକତା ଦେଇ, ଆଜି ପୁରୀ ଜିଲ୍ଲାର ସମସ୍ତ ଥାନା IIC ମାନେ ସେମାନଙ୍କ ଅଞ୍ଚଳ ଅନୁଯାୟୀ ବଞ୍ଜାରା ବସ୍ତି ବୁଲି ଯାଞ୍ଚ କାର୍ଯ୍ୟ କରିଛନ୍ତି।
ସତର୍କତା ଓ ସୁରକ୍ଷା ଉଦ୍ଦେଶ୍ୟରେ ବୃହତ ଯାଞ୍ଚ କାର୍ଯ୍ୟ
ଏହି ଯାଞ୍ଚ କାର୍ଯ୍ୟ ଅନ୍ତର୍ଗତ ରୂପେ ବଞ୍ଜାରା ଲୋକମାନଙ୍କ ଭାରତୀୟ ନାଗରିକତା, ଭାରତର ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତି ବିଶେଷ, ଅସ୍ଥାୟୀ ଆସ୍ଥାନ ବିଷୟରେ ଯାଞ୍ଚ, ଆଧାର କାର୍ଡ/ଭୋଟର୍ ID/ଯାତ୍ରୀ ଚିହ୍ନ ପତ୍ର ଯାଞ୍ଚ କରାଯାଇଛି । ଯାଞ୍ଚ ଦ୍ୱାରା ଯେଉଁମାନେ ସନ୍ଦିଗ୍ଧ ଓ ଅସ୍ପଷ୍ଟ ତଥ୍ୟ ଦେଉଛନ୍ତି, ସେମାନଙ୍କ ଉପରେ ନିକଟର ଥାନାରେ ଅନୁସନ୍ଧାନ ଚାଲିଛି ।
ପୁରୀ ପୋଲିସ ଏହି ଅଭିଯାନ ମାଧ୍ୟମରେ ଶାନ୍ତି ପୂର୍ଣ୍ଣ ରଥଯାତ୍ରା ବ୍ୟବସ୍ଥାପନା ପାଇଁ ପ୍ରତିବଦ୍ଧ । ଜନସାଧାରଣ ମଧ୍ୟ ଏହି ଅଭିଯାନକୁ ସ୍ୱାଗତ କରି ନିଜ ଅଞ୍ଚଳରେ ସନ୍ଦିଗ୍ଧ ବ୍ୟକ୍ତି ବା ଅପରିଚିତ ଲୋକଙ୍କ ବିଷୟରେ ଥାନାକୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି।
No comments yet.