ଯାତ୍ରୀ ହନ୍ତସନ୍ତ, ବସଷ୍ଟାଣ୍ଡ ପରିସରରେ ଥିବା ଶୌଚାଳୟ ବନ୍ଦ - NILACHALA SAMACHAR
Article Image

ଯାତ୍ରୀ ହନ୍ତସନ୍ତ, ବସଷ୍ଟାଣ୍ଡ ପରିସରରେ ଥିବା ଶୌଚାଳୟ ବନ୍ଦ

🗂 Local | 🕒 19 Jun 2025, 23:26 IST


ପୁରୀ :- ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା l ଏବେଠାରୁ ପୁରୀରେ ଜନସମାଗମ ଆରମ୍ଭ ହେଲାଣି l ସମ୍ପର୍କୀୟ ମାନେ ତାଙ୍କର ସମ୍ପର୍କୀୟଙ୍କ ଘରକୁ ଆଗମନ କଲେଣି l ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ରେଳ ଷ୍ଟେସନରେ ଯାତ୍ରୀଙ୍କ ଆଗମନରେ ଭିଡ଼ ଜମୁଛି l ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବସଷ୍ଟାଣ୍ଡରେ ଯାତ୍ରୀଙ୍କ ଭିଡ ଲାଗିଥିବା ବେଳେ ଶୌଚ ପାଇଁ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବସଷ୍ଟାଣ୍ଡ ପରିସରରେ ଥିବା ପୌରସନ୍ଥା ପକ୍ଷରୁ ଶୌଚାଳୟ ଏବେ ବନ୍ଦ ହୋଇ ପଡିଛି l ଶୌଚାଳୟ ତାଲା ପଡିଛି l ଯାତ୍ରୀମାନେ ଶୌଚ ପାଇଁ ଆସି ଫେରିଯାଉଛନ୍ତି l ଯାତ୍ରୀମାନେ ପୁରୀପ୍ରତି ଯାତ୍ରୀମାନେ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି l ଶୌଚାଳୟ ପାଇଁ ବାରମ୍ବାର ପୌର ସଂସ୍ଥାକୁ ଜଣାଇ ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ମିଳିପାରୁନାହିଁ l ଶୌଚାଳୟ ପାଇଁ ବିଶେଷ କରି ମହିଳା ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବି ମହଲରେ ଉଦବେଦ ପ୍ରକାଶ ପାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: