ଶରଧାବାଲିରେ ପହଞ୍ଚିଛି ତିନି ରଥ - NILACHALA SAMACHAR
Article Image

ଶରଧାବାଲିରେ ପହଞ୍ଚିଛି ତିନି ରଥ

🗂 Art & Culture | 🕒 28 Jun 2025, 14:25 IST

ପୁରୀ ଶରଧାବାଲିରେ ଶେଷରେ ପହଞ୍ଚିଛି ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ଗତକାଲି ରଥଟଣାରେ ବିଳମ୍ବ ଯୋଗୁ ଶରଧାବାଲିରେ ପହଞ୍ଚି ପାରିନଥିଲା । ମହାପ୍ରଭୁଙ୍କ ରଥ ବଡଦାଣ୍ଡରେ ମାତ୍ର ୧୦୦ ମିଟର ଗଡି ଅଟକି ରହିଥିଲା । ଫଳରେ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଥିଲା । ଆଜି ସକାଳେ ନିର୍ଦ୍ଦାରିତ ସମୟରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ତାଳଧ୍ୱଜ ରଥ ଗଡିବା ପରେ ଦର୍ପଦଳନ ଓ ଶେଷରେ ଆସିଥିଲେ କାଳିଆ ସାଆନ୍ତେ । ମହାପ୍ରଭୁଙ୍କ ରଥକୁ ଭକ୍ତିର ସହ ଟାଣି ନେଇଥିଲେ ଲକ୍ଷାଧିକ ଭକ୍ତ । ଶରଧାବାଲିରେ ପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ୧୧ଟା ୧୫ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିବା ପରେ ଆସିଥିଲେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ଶରଧାବାଲିରେ ରଥ ଲାଗିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।

ଆଜି ରଥ ଉପରେ ମହାପ୍ରଭୁ ଦର୍ଶନ ଦେବେ । ଆସନ୍ତାକାଲି ଆଡପ ମଣ୍ଡପ ବିଜେ କରିବେ । ରତ୍ନବେଦୀ ଛାଡି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ଶ୍ରୀଜୀଉ । ଆସନ୍ତାକାଲିଠୁ ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା ଦେଖିବାକୁ ମିଳିବ ।

💬 Leave a Comment

🗨️ Approved Comments

No comments yet.

🔗 Share this article: