ରବିବାର ଅପରାହ୍ନରେ ଆଡ଼ପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ସୋମବାର ବାହାରିବ ଆଡ଼ପ ଅବଢ଼ା - NILACHALA SAMACHAR
Article Image

ରବିବାର ଅପରାହ୍ନରେ ଆଡ଼ପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ସୋମବାର ବାହାରିବ ଆଡ଼ପ ଅବଢ଼ା

🗂 Art & Culture | 🕒 28 Jun 2025, 16:32 IST



ପୁରୀ ଆସନ୍ତାକାଲି ଅର୍ଥାତ୍ ରବିବାର ଅପରାହ୍ନରେ ହେବ ଆଡ଼ପ ମଣ୍ଡପ ବିଜେ ନୀତି । ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ସୋମବାର ସକାଳୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ଦାରୁବ୍ରହ୍ମ ବାହାରିବ ଆଡ଼ପ ଅବଢ଼ା। ଏଥିପାଇଁ ଆଜିଠୁ ପ୍ରସ୍ତୁତି କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରିବନ୍ଦ ପାଢ଼ୀ ସୂଚନା ।


ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି ଆଡ଼ପମଣ୍ଡପ ପହଣ୍ଡି ପଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିବାର ଆଡ଼ପ ମଣ୍ଡପ ବିଜେ ହେବ ବୋଲି ସ୍ପଷ୍ଟ କରିଛନ୍ତି । ଶୁକ୍ରବାର ସବୁ ଦେବନୀତି ଠିକ୍ ଥିଲା, ନିର୍ଦ୍ଧାରିତ ସମୟ ଅନୁଯାୟୀ ରଥଟଣା ଆରମ୍ଭ ହୋଇଥିଲା। ତଥାପି ଜଗନ୍ନାଥଙ୍କ ରଥ ବିଳମ୍ବ ହୋଇଥିଲା । କୌଣସି ନୀତିରେ ସମସ୍ୟା ହୋଇନାହିଁ । ଅନ୍ୟ ବର୍ଷ ଭଳି ଏ ବର୍ଷ ବି ଦୁଇ ଦିନ ରଥଟଣା ହୋଇଛି । କିଛି ସମସ୍ୟା ନାହିଁ । ସବୁ ଶୃଙ୍ଖଳିତ ଭାବେ ହୋଇଛି । ସବୁ ସେବାୟତଙ୍କ ସହ ସହ ଉତ୍ତମ ସମନ୍ୱୟ, ରହିଛି, ସବୁ କିଛି ଠିକ ଠାକ୍ ଚାଲିଛି। ଆଗାକୁ ସବୁ ନୀତିକାନ୍ତି ଠିକ୍ ଚାଲିବ। ସେପଟେ ତିନିଠାକୁର ବଡଦେଉଳରେ ନଥିବାବେଳେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହ କାମ ଆରମ୍ଭ ହେଉଛି । ଏହି ଅବଧି ମଧ୍ୟରେ ରତ୍ନଭଣ୍ଡାର ମରାମତି କାମ ବି ଚାଲିବ।


ସୂଚନା ଅନୁଯାୟୀ, ଆଜି ପୂର୍ବରୁ ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା ରଥାଟଣା। ବଡ଼ଠାକୁରଙ୍କ ରଥ ଠିକ୍ ସମୟରେ ଶରଧାବାଲିରେ ଲାଗିଥିଲା। ରଥଟଣା ୯ ଟା ୨୫ ରେ ରଥଟଣା ଆରମ୍ଭ ହୋଇଥିଲା ବେଳେ ୧୧ ଟା ୧୭ରେ ଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ପହଞ୍ଚିଥିଲା ତାଳଧ୍ବଜ ରଥ। ପରେ ପରେ ମା' ସୁଭଦ୍ରାଙ୍କ ଦେବଦଳନ ରଥ ଶରଧାବାଲିରେ ପହଞ୍ଚିଥିଲା । ଶେଷ ଶରଧାବାଲି‌ରେ ଲାଗିଛି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ

💬 Leave a Comment

🗨️ Approved Comments

No comments yet.

🔗 Share this article: