ଅଧା ରହିଗଲା ଜଗା ଦର୍ଶନ: ତିନି ଭଉଣୀଙ୍କ ଉପରେ ମାଡ଼ିଗଲା ଆମ ବସ୍ - NILACHALA SAMACHAR
Article Image

ଅଧା ରହିଗଲା ଜଗା ଦର୍ଶନ: ତିନି ଭଉଣୀଙ୍କ ଉପରେ ମାଡ଼ିଗଲା ଆମ ବସ୍

🗂 Local | 🕒 28 Jun 2025, 17:43 IST

ପୁରୀ ରଥଯାତ୍ରା ଭିତରେ ପିପିଲିରୁ ଆସିଛି ଦୁଃଖଦ ଖବର । ଅଧାରେ ରହି ଯାଇଛି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ । ଆମ ବସ୍ ଧକ୍କାରେ ଚାଲି ଯାଇଛି ତିନି ଭଉଣୀଙ୍କ ଜୀବନ । ପିପିଲି ଓଭର ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି ।


ମିଳିଥିବା ସୂଚନା ଅନୁସାରେ ଏକ ସ୍କୁଟିରେ ତିନି ଭଉଣୀ ପୁରୀ ଯାଉଥିଲେ । ମନରେ ଥିଲା ଅନେକ ଆଶା । ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେବ । ଥରେ ମହାପ୍ରଭୁଙ୍କ ଦର୍ଶନ କରି କୋଟି ଜନ୍ମର ପୂଣ୍ୟ ପାଇବେ । ହେଲେ ଏହି ଆଶା ଆଶାରେ ରହିଗଲା । କାଳ ସାଜି ପଛରେ ଆସିଲା ଆମ ବସ୍ । ଧକ୍କା ଦେବାରୁ ସମସ୍ତଙ୍କର ମୃତ୍ୟୁ ଘଟିଛି ।


ତେବେ ରାଜ୍ୟରେ ଆମ ବସ୍ ଦୁର୍ଘଟଣା କିଛି ନୂଆ ଘଟଣା ନୁହେଁ । ବହୁ ସମୟରେ ଆମ ବସ୍ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି । ଆମ ବସ୍ ପରିଚାଳନା ଓ କର୍ମଚାରୀଙ୍କ ମନମାନୀ ଦୁର୍ଘଟଣାର କାରଣ ପାଲଟୁଛି । ବାରମ୍ବାର ଅଭିଯୋଗ ହେଉଥିଲେ ବି ଏଥିରେ କିଛି ସୁଧାର ପରିଲକ୍ଷିତ ହେଉନାହିଁ

💬 Leave a Comment

🗨️ Approved Comments

No comments yet.

🔗 Share this article: