ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । - NILACHALA SAMACHAR
Article Image

ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ।

🗂 Local | 🕒 28 Jun 2025, 21:49 IST



ପୁରୀ ଶ୍ରୀକ୍ଷେତ୍ର ଆସି ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଗୌତମ ଆଦାନୀ । ଗଣମାଧ୍ୟମକୁ କହିଛନ୍ତି ,’ ମହାପ୍ରଭୁଙ୍କ ଚରଣରେ ଆସିବା ସୌଭାଗ୍ୟ ମୋତେ ଆଜି ମିଳିଛି । ଏ ସୁଯୋଗ ମୋ ଜୀବନରେ ଏକ ଅନ୍ୟ ଅନୁଭୂତି ହୋଇ ରହିବ । ମୋ ପାଖରେ ଆଗରୁ କିଛି ନଥିଲା । ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ମୁଁ ସବୁ ପାଇଛି । ଲୋକଙ୍କ ଶୁଭେଚ୍ଛା ଓ ଭଗବାନଙ୍କ ଆଶୀର୍ବାଦରୁ ଆଜି ମୋ ପାଖରେ ସବୁକିଛି ଅଛି । ମହାପ୍ରଭୁଙ୍କ ନିକଟରେ ମୁଁ ମୋ ଦେଶ ଓ ଓଡ଼ିଶାର ନିରନ୍ତର ପ୍ରଗତି ପାଇଁ ପ୍ରାର୍ଥନା କରିଛି । ଏହା ବ୍ୟତୀତ ଏତେ ବଡ଼ ଯାତ୍ରାରେ ଓଡ଼ିଶା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଙ୍ଗଠନ , ସଫେଇ କର୍ମଚାରୀ ସମସ୍ତଙ୍କୁ ମୁଁ କୃତଜ୍ଞତା ଜଣାଉଛି’ ।


ଆଜି ସକାଳୁ ଅବକାଶ ଓ ମଇଲମ ନୀତି ପରେ ଆରମ୍ଭ ହୋଇଥିଲା ୩ ରଥ ଟଣା । ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ପହଞ୍ଚିସାରିଛନ୍ତି ତିନି ରଥ । ପ୍ରଥମେ ତାଳଧ୍ବଜ ଓ ଦର୍ପଦଳନ ରଥ ପହଞ୍ଚିଥିବାବେଳେ ୧ଟା ୮ ମିନିଟରେ ଶରଧାବାଲିରେ ପହଞ୍ଚିଥିଲା ନନ୍ଦିଘୋଷ ରଥ



💬 Leave a Comment

🗨️ Approved Comments

No comments yet.

🔗 Share this article: