ପୁରୀ ଶରଧାବାଲିରେ ବଡ଼ ଅଘଟଣ; ନନ୍ଦିଘୋଷ ରଥ ସମ୍ମୁଖରେ ଠେଲାପେଲା, ତିନି ଜଣଙ୍କ ମୃତ୍ୟୁ - NILACHALA SAMACHAR
Article Image

ପୁରୀ ଶରଧାବାଲିରେ ବଡ଼ ଅଘଟଣ; ନନ୍ଦିଘୋଷ ରଥ ସମ୍ମୁଖରେ ଠେଲାପେଲା, ତିନି ଜଣଙ୍କ ମୃତ୍ୟୁ

🗂 Local | 🕒 29 Jun 2025, 11:18 IST



ପୁରୀ ଶ୍ରୀକ୍ଷେତ୍ରରେ ବଡ଼ ଅଘଟଣ । ଶରଧାବାଲିରେ ଠେଲାପେଲା । ଶ୍ରୀଗୁଣ୍ଡିଚା ମନ୍ଦିର ରଥ ସମ୍ମୁଖରେ ଭକ୍ତଙ୍କ ପ୍ରବଳ ଭିଡ ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି । ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।ଆହାତମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଆଜି ଭୋର ସାଢେ 4ଟା ମସୟରେ ଏହି ଅଘଟଣ ଘଟିଛି । ଶ୍ରୀଜୀଉଙ୍କ ଦର୍ଶନ ସମୟରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜଗନ୍ନାଥଙ୍କ ଦର୍ଶନ ବେଳେ ହୋଇଥିଲା ଠେଲାପେଲା ।


ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି," ଗତ ରାତିରେ ଯେଉଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା, ସେଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ବ୍ୟବଚ୍ଛେଦ ପ୍ରକ୍ରିୟା ଚାଲିଛି, ରିପୋର୍ଟ ଆସିଲା ପରେ ହିଁ ପ୍ରକୃତ ତଥ୍ୟ ଜଣାପଡ଼ିବ ।ଯେତେବେଳେ ମହାପ୍ରଭୁଙ୍କ ପହୁଡ଼ ଖୋଲାଗଲା ସେତେବେଳେ ନନ୍ଦିଘୋଷ ରଥ ଆଡ଼କୁ ପ୍ରବଳ ଭକ୍ତ ମାଡ଼ି ଆସିଲେ। ଫଳରେ ସେଠାରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ 9ଜଣ ବ୍ୟକ୍ତି ଆହତ ହୋଇଥିଲେ । ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ସେମାନଙ୍କ ମଧ୍ୟରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହାତ 6 ଜଣଙ୍କ ଅବସ୍ଥା ସ୍ଥିର ରହିଛି ।"


ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରର ତୃତୀୟ ଦିନ ।ଏହି ଅବସରରେ ଭୋର ସମୟରୁ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶରଧାବାଲିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ବେଳେ ଘଟିଛି ଏକ ବଡ଼ ଅଘଟଣ । ଶରଧାବାଲିରେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ପରିସ୍ଥିତି ଅଣଆୟତ ହୋଇପଡ଼ିଥିଲା । ଫଳରେ ଠେଲାପେଲାରେ ଦୁଇ ଜଣ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି


ଏନେଇ ଆଶ୍ବସନା ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି," ଆଜି ଭୋର ସାଢେ 4ଟା ମସୟରେ ଶ୍ରୀଗୁଣ୍ଡିଚା ମନ୍ଦିର ରଥ ସମ୍ମୁଖରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଥିଲା । ଆମେ ମା' ସୁଭଦ୍ରାଙ୍କ ରଥ ସମ୍ମୁଖରେ ଠିଆ ହୋଇଥିଲୁ । ଯେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଆରମ୍ଭ ହୋଇଥିଲା ସେହି ସମୟରେ ହଠାତ୍ ବହୁତ ଲୋକଙ୍କ ଭିଡ଼ ହୋଇଗଲା ଏବଂ ଠେଲାପେଲା ପରିସ୍ଥିତି ସୃଷ୍ଟି ହେଲା । ଅନେକ ଲୋକ ତଳେ ପଡ଼ିଗଲେ, ଲୋକଙ୍କ ଉପରେ ଲୋକେ ଚଢିଗଲେ । ସେଠାରେ କୌଣସି ପୋଲିସ କିମ୍ବା ଆମ୍ବୁଲାନ୍ସ ନଥିଲା । ଆମେ ନିଜେ ଚାଲି ଚାଲି ମେଡ଼ିକାଲରେ ପହଞ୍ଚିଲୁ । ଆମେ ଜାଣିବାକୁ ପାଇଛୁ 3 ଜଣଙ୍କ ମୃତ୍ୟୁ ହୋଇଛି ବୋଲି । ସେଠାରେ ଉପସ୍ଥିତି ଥିବା ଶ୍ରୀମନ୍ଦିର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲୁ ହେଲେ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । "


ସେହିପରି ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି,"ବର୍ତ୍ତମାନ ସ୍ଥିତି ଆୟତରେ ରହିଛି ।ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରୁଛନ୍ତି । ଘଟଣା ସ୍ଥଳରେ ଆମର ପୋଲିସ ମୁତୟନ ରହିଥିଲା । ଘଟଣାର ତଦନ୍ତ ଜାରି ରହିଛି ।"


ଏନେଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡ଼ିଏମଓ, ଅକ୍ଷୟ ଶତପଥୀ କହିଛନ୍ତି," ଶ୍ରୀଗୁଣ୍ଡିଚା ମନ୍ଦିର ରଥ ସମ୍ମୁଖରେ ଭକ୍ତଙ୍କ ପ୍ରବଳ ଭିଡ ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ 10 ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା କରାଯାଉଛି ।

💬 Leave a Comment

🗨️ Approved Comments

No comments yet.

🔗 Share this article: