ଆଗକୁ ବାହୁଡା-ସୁନାବେଶ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, - NILACHALA SAMACHAR
Article Image

ଆଗକୁ ବାହୁଡା-ସୁନାବେଶ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା,

🗂 Local | 🕒 02 Jul 2025, 01:04 IST

ଆଗକୁ ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଏଥିପାଇଁ ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୈଠକ କରିଛନ୍ତି । ଆଗକୁ ରଥଯାତ୍ରା ନୀତିକାନ୍ତି କିପରି ସୁରୁଖୁରୁରେ ହେବ ଏଥିପାଇଁ ପୁରୀ ସର୍କିଟ ହାଉସରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଏଥିସହ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।


ଶରଧାବାଲି ଦଳଚକଟା ପରେ ମୋହନ ସରକାରଙ୍କୁ ଘେରିଥିଲେ ବିରୋଧୀ । ଆଗକୁ ଯେପରି ସମସ୍ତ ରଥଯାତ୍ରା ନୀତିକାନ୍ତି ସୁରୁଖୁରୁରେ ହେବ ଏଥିପାଇଁ ଆଜି ପୁରୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ମଧ୍ୟ ପୁରୀ ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେବାୟତଙ୍କ ସହ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ କରିହେବ ସେ ନେଇ ଆଲୋଚନା କରିଛନ୍ତି । ଅଫିସରଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାକୁ ସୁରୁଖୁରୁରେ ଆୟୋଜନ ପାଇଁ ବୈଠକ ଅନୁଷ୍ଠିତ ହେଇଥିଲା । ଭକ୍ତଙ୍କ ସୁରକ୍ଷା ଉପରେ ଆମର ବେଶୀ ଗୁରୁତ୍ଵ ରହିଛି । ଏଣୁ ରଥଯାତ୍ରାରେ ଥିବା ସବୁ ଅଧିକାରୀ, ନୂତନ୍ ଭାବେ ଦାୟିତ୍ଵ ନେଇ ଥିବା ପୁରୀ ଜିଲ୍ଲପାଳ, ଏସପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ସହିତ ଭକ୍ତଙ୍କ ସୁରକ୍ଷା କିଭଳି ଭଲରେ ହୋଇପାରିବ, ରଥ ଯାତ୍ରା ଅଘଟଣ ମୁକ୍ତ ହୋଇ ପାରିବ ସେ ନେଇ ଆଲୋଚନା ହୋଇଥଲା । ସେହିପରି ମହାପ୍ରଭୁଙ୍କ ସେବାୟତଙ୍କ ସହ ଆଲୋଚନା ହୋଇଥଲା । ସେବାୟତଙ୍କ ଅସୁବିଧା କଣ ରହିଛି ସେ ନେଇ ଅବଗତ ହେଲି। ଏହାର ସମାଧାନ ପାଇଁ ଆମ ସରକାର୍ ସଜାଗ ଅଛି। ଆଗକୁ ଥିବା ବାହୁଡ଼ା, ସୁନା ବେଶ୍ ଓ ନିଳାଦ୍ରୀ ବିଜେ ନିତି ସୁରୁଖୁରୁରେ ହେବ ବୋଲି ମୋର ଆଶା ଅଛି । ସେବାୟତ ବନ୍ଧୁ ମାନେ ମହାପ୍ରଭୁ ଙ୍କ ସେବା କୁ ସୁରୁଖୁରୁରେ କରିବା ପାଇଁ ସବୁ ବେଳେ ପ୍ରସ୍ତୁତ ଅଛନ୍ତି। ଆଗାମୀ ରଥ ଯାତ୍ରାରେ କୌଣସି ଅଘଟଣ ନ ଘଟୁ ସେ ନେଇ ମୁଁ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରୁଛି । ରଥଯାତ୍ରା ପାଇଁ ଯେଉଁ ଅଧିକାରାଙ୍କୁ ନିୟୋଜିତ କରାଯାଇଛି ତାଙ୍କ ଉପରେ ମୋର ବିଶ୍ବାସ ରହିଛି। ସେମାନେ ମହାପ୍ରଭୁଙ୍କ ଜଣେ ସେବକ ହିସାବରେ କାର୍ଯ୍ୟ କରିବେ । ମହାପ୍ରଭୁଙ୍କ ରଥଯାତ୍ରା ଭଲରେ ଅନୁଷ୍ଠିତ ହେବ । ତେବେ

ଶନିବାର ଓ ରବିବାର ଛୁଟି ଦିନ ଥିବାରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ତେବେ ନିଶ୍ଚିତ ରୂପରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ରହିଥିଲା । ଏଣୁ ଏଭଳି ଅଘଟଣ ଘଟିଲା । ତେବେ ଏଥି ପାଇଁ କାର୍ଯ୍ୟନୁଷ୍ଠାନ ନିଆଯାଇଛି । ଘଟଣାର ତଦନ୍ତ ଚାଲିଛି । ରିପୋର୍ଟ୍ ଆସିବା ପରେ କାର୍ଯ୍ୟନୁଷ୍ଠାନ ମଧ୍ୟ ନିଆଯିବ । ଆଗାମୀ ଦିନରେ ଏଭଳି ଦୁଃଖଦ ଘଟଣା ଯେଭଳି ନ ଘଟେ ସେ ନେଇ ପଦକ୍ଷେପ ନିଆଯିବ । ତେବେ ଯେତେ ଭକ୍ତ ଆସିଲେ ବି ଭକ୍ତ ମାନେ କିଭଳି ଶୃଙ୍ଖଳିତ ଦର୍ଶନ ପାଇବେ ସେ ନେଇ ସବୁ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଅଛି । ଏ ନେଇ ଆଜି ବୈଠକରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ଏ ଆଇ କ୍ୟାମେରା ଲଗାଯାଇଛି । ମହାପ୍ରଭୁଙ୍କୁ ମୁଁ ପ୍ରାର୍ଥନା କରୁଛି ରଥଯାତ୍ରା ସୁରୁଖୁରୁରେ ସମାପନ ହେଉ ।’

💬 Leave a Comment

🗨️ Approved Comments

No comments yet.

🔗 Share this article: