ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ - NILACHALA SAMACHAR
Article Image

ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ

🗂 Local | 🕒 03 Jul 2025, 00:40 IST

 


ପୁରୀ ଆଜି ଉତ୍କଳ ବାଳାଶ୍ରମ ଓ ନୀଳାଚଳ ସେବା ପ୍ରତିଷ୍ଠାନ ଶିଶୁ ଯତ୍ନ ଅନୁଷ୍ଠାନର ମୋଟ ୮୦ ଜଣ ଶିଶୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଦେବୀ ସୁଭଦ୍ରାଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିଛନ୍ତି l ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ତେବାସୀ ମାନେ ଆଜି ଦିନ ୧୧ ଘଣ୍ଟା ସମୟରେ ଗୁଣ୍ଡିଚା ମନ୍ଦିର କୁ ପ୍ରବେଶ କରିଥିଲେ l ନବ ନିଯୁକ୍ତ ଜିଲ୍ଲାପାଳ ଚଞ୍ଚଳ ରଣା ଙ୍କ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିଲା l ଦର୍ଶନ ପରେ ସମସ୍ତ ଦର୍ଶନାର୍ଥୀଙ୍କୁ ଜିଲ୍ଲାପାଳ ମହାପ୍ରସାଦ ବଣ୍ଟନକରି ଥିଲେ l ଏହି କାର୍ଯ୍ୟକ୍ରମରେ ରଥଯାତ୍ରା ପରିଚାଳନା ମୁଖ୍ୟ ତଥା ପ୍ରମୁଖ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ପ୍ରଶାସନ ର ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: