🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବେ। ଏହି ପରମ୍ପରା - NILACHALA SAMACHAR
Article Image

ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବେ। ଏହି ପରମ୍ପରା

🗂 Art & Culture | 🕒 04 Jul 2025, 14:56 IST

ପୁରୀ ଶ୍ରୀକ୍ଷେତ୍ର ରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ। ଏହି କ୍ରମ ରେ ରଥ ଯାତ୍ରା ରେ ମହାପ୍ରଭୁ ନିଜ ଜନ୍ମ ସ୍ଥାନ ଆଡ଼ପ ମଣ୍ଡପ କୁ ବିଜେ କରିଛନ୍ତି କାଳିଆ ଠାକୁର।

ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀମା’ଙ୍କ ହାତରୁ ମହାପ୍ରଭୁ

ପୋଡ଼ପିଠା ଖାଇବେ। ଏହି ପରମ୍ପରା

କାହିଁ କେଉଁ ଯୁଗରୁ ରହିଆସିଛି। ଏଥିପାଇଁ ମାଉସୀମା’ଙ୍କ ମନ୍ଦିରରେ

ପୋଡ଼ପିଠା ତିଆରି ଶେଷ ହୋଇଛି। ମାଉସୀମା’ଙ୍କ ପୂଜକ ବିଶ୍ଵନାଥ

ମିଶ୍ର ଏହି ପୋଡ଼ପିଠା ପ୍ରସ୍ତୁତ 

କରିଛନ୍ତି। ପୋଡ଼ପିଠା ପ୍ରସ୍ତୁତି ବି ନିଆରା। ମାଉସୀ ମା ମନ୍ଦିର ର ପୂଜକ ବିଶ୍ଵନାଥ ମିଶ୍ର କହିଛନ୍ତି, ପୋଡ଼ ପିଠା ପ୍ରସ୍ତୁତ ପୂର୍ବରୁ ଅଟାରେ

ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ,

ଲବଙ୍ଗ, ଦେଶୀ ଘିଅ ଆଦି ମିଶାଇ ଏକ

ମିଶ୍ରଣ ପ୍ରସ୍ତୁତ ହୋଇଥାଏ। ଏହାକୁ

ଚକଟା ଯାଇ ପୋଡ଼ପିଠା ଆକାରରେ

ଚୁଲିରେ ବସାଯାଇ ବାମ୍ଫରେ ସିଝିବାକୁ

ଦିଆଯାଇଥାଏ। ପ୍ରାୟ ୮ ଘଣ୍ଟା ବାମ୍ଫରେ

ସିଝିବା ପରେ ଏହାକୁ ବାହାର କରି ଥଣ୍ଡା

ହେବାକୁ ଛାଡ଼ି ଦିଆଯାଇଯାଏ। ଥଣ୍ଡା

ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ

ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ। ପରେ ତିନି ଠାକୁରଙ୍କୁ ତିନିଟି କୁଡୁଆରେ ସମର୍ପଣ କରାଯାଇଥାଏ। ତେବେ ଯଦିଓ ଏହାର ନାମ ପୋଡ଼ ପିଠା ରହିଚି ଏହାକୁ କିନ୍ତୁ ପୋଡ଼ାଯାଏ ନାହିଁ। ଏହାକୁ ବାମ୍ଫ ରେ ସିଝା ଯାଇ ଭଲ ଘିଅ ରେ ଛଣା ଯାଇ ପ୍ରସ୍ତୁତ କରାଯାଏ।

💬 Leave a Comment

🗨️ Approved Comments

No comments yet.

🔗 Share this article: