🗂 Art & Culture | 🕒 04 Jul 2025, 15:09 IST
ପୁରୀ ଶନିବାର ମହାପ୍ରଭୁ ଙ୍କ ବାହୁଡା଼ ଯାତ୍ରା। ଶ୍ରୀ ଗୁଣ୍ଡିଚା ଆଡ଼ପ ମଣ୍ଡପ ରୁ ମହାପ୍ରଭୂ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ତେବେ ବାହୁଡା଼ ଯାତ୍ରା ଶୃଙ୍ଖଳିତ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଚି। ରଥ କର୍ଡନ କୁ କିଭଳି ଶୃଙ୍ଖଳିତ କରାଯାଇପାରିବ ସେ ନେଇ ଅଧିକ ଗୁରୁତ୍ବ ଦିଆଯାଉଛି। ରଥ କର୍ଡନ ରେ ଲୋକ ଉପସ୍ଥିତି ଯେଭଳି କମ୍ ରହିବ ସେ ନେଇ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ କୁ ବ୍ୟବସ୍ଥିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶରଧା ବାଲି ରେ ରଥ ଆଗରେ ଦଳା ଚକଟା ରେ 3 ଭକ୍ତ ଙ୍କ ମୃତ୍ୟୁ ଘଟଣା କୁ ନେଇ ପୋଲିସ ପ୍ରଶାସନ ର ଅବହେଳା କୁ ନେଇ ସାଧାରଣ ରେ କଡା ସମାଲୋଚନା ପ୍ରକାଶ ପାଇଛି। ଏହି ଘଟଣା କୁ ନେଇ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜଗନ୍ନାଥ ପ୍ରେମୀ ଙ୍କୁ କ୍ଷମା ମାଗିଛନ୍ତି । ଆଗାମୀ ବାହୁଡା଼ ଯାତ୍ରା, ସୁନା ବେଶ ଓ ନୀଳାଦ୍ରି ବିଜେ ନୀତି କିଭଳି ଦୁର୍ଘଟଣା ମୁକ୍ତ ଓ ଶୃଙ୍ଖଳିତ ହୋଇ ପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସେବାୟତ ଙ୍କ ସହ ଆଲୋଚନା କରିଛନ୍ତି। ରଥ ଯାତ୍ରା ପରିଚାଳନା ରେ ସାମିଲ ଥିବା ଅଧିକାରୀ ମାନେ ଜଣେ ମହାପ୍ରଭୁ ଙ୍କ ସେବକ ହିସାବ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି। ରଥ ଆଗରେ ଦଳା ଚକଟା ଘଟଣା ରେ ପୁରୀ ଜିଲ୍ଲାପାଳ ଓ ଏସପି ଙ୍କୁ ବଦଳି କରାଯାଇଛି। ପୁରୀ ର ନୁଆ ଜିଲାପାଳ ଭାବେ ଚଞ୍ଚଳ ରାଣା ଓ ଏସପି ଭାବେ ପିନାକ ମିଶ୍ର ଙ୍କୁ ନିଯୁକ୍ତ କରାଯାଇଛି। ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତି କୁ ସୁପରିଚାଳନା ପାଇଁ ପୁରୀ ରେ ଜିଲାପାଳ ଭାବେ କାର୍ଯ୍ଯ କରିସାରିଥିବା ବରିଷ୍ଠ ଆଇ ଏ ଏସ ଅରବିନ୍ଦ ଅଗ୍ରୱାଲ ଙ୍କୁ ସ୍ବତନ୍ତ୍ର ଦାୟିତ୍ଵ
ଦିଆଯାଇଛି। ସେହିପରି ପୁଲିସ ବ୍ୟବସ୍ଥା କୁ ସୁପରିଚାଳନା ପାଇଁ ବରିଷ୍ଠ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀ ଙ୍କୁ ସ୍ବତନ୍ତ୍ର ଦାୟିତ୍ଵ ଦିଆଯାଇଛି। ଏହି ଦୁଇ ଅନୁଭବି ଅଭିଜ୍ଞ ଅଧିକାରୀ ରଥ ଯାତ୍ରା କୁ ସୁପରିଚାଳନା କରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ରଥଯାତ୍ରା ଯାହା ସୁରକ୍ଷା ବ୍ୟବସ୍ଥା ରହିଥିଲେ ବାହୁଡା଼ ଯାତ୍ରା ରେ ମଧ୍ୟ ଅନୁରୂପ ସୁରକ୍ଷା ବ୍ୟବସ୍ଥା। ୨୦୦ ପ୍ଲାଟୁନ୍ ପୋଲିସ ଫୋର୍ସ, 275 ଏଆଇ କ୍ୟାମେରା ସହିତ ବରିଷ୍ଠ ଆଇ ଏ ଏସ ଓ ଆଇ ପି ଏସ ରଥ ଯାତ୍ରା ସୁରକ୍ଷା ବ୍ୟବସ୍ଥା ରେ ରହିବେ। ଏ ଆଇ କ୍ୟାମେରା ଦ୍ଵାରା ଭିଡ ନିୟନ୍ତ୍ରଣ କରାଯିବ। ଯେଉଁଠି ଭିଡ ଅଧିକ ହେବ ସଙ୍ଗେ ସଙ୍ଗେ ଉକ୍ତ ଅଞ୍ଚଳ ରେ ମୁତୟନ ଥିବା ପୋଲିସ ଅଧିକାରୀ ଙ୍କୁସୂଚନା ଦିଆଯିବ। ଯାହା ଫଳରେ ଭିଡ କୁ ନିୟନ୍ତ୍ରଣ କରାଯିବ। ବଡ ଦାଣ୍ଡ ରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ଗ୍ରୀନ କରିଡ଼ର ରହିବ। ଯଦି କୌଣସି ଦଳା ଚକଟା ଘଟଣା ଘଟେ ଅବା କେହି ଭକ୍ତ ଅସୁସ୍ଥ କି ଆହତ ହେବେ ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ରେ ଗ୍ରୀନ କରିଡ଼ର ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ପଠା ଯାଇପାରିବ। ପୁରୀ ସହର ବିଭିନ୍ନ ସ୍ଥାନ ରେ ସ୍ବାସ୍ଥ୍ୟ ସେବା କେନ୍ଦ୍ର ରହିବ। ସେଠାରେ ସ୍ୱାସ୍ଥ୍ୟ କର୍ମୀ ରହି ଭକ୍ତ ଓ ଯାତ୍ରୀ ଙ୍କ ଚିକିତ୍ସା ସେବା ଯୋଗାଇ ଦେଇ ପାରିବେ। ରଥ ବଡଦାଣ୍ଡ ରେ ଟଣା ହେବାବେଳେ ବଡ ଦାଣ୍ଡ କୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ ରହିବ। ରଥ ଯାତ୍ରା ସମୟ ରେ ଯେଉଁ ସ୍ଥାନ ରେ ପାର୍କିଂ ର ବ୍ୟବସ୍ଥା ରହିଥିଲା ସେହି ସ୍ଥାନ ରେ ମଧ୍ୟ ବାହୁଡା଼ ଦିନ ରେ ପାର୍କିଂ ବ୍ୟବସ୍ଥା ରହିବ। ଡ୍ରୋନ ମାଧ୍ୟମ ରେ ଟ୍ରାଫିକ ପରିଚାଳନା କରାଯିବା। ଯେଉଁଠି ଟ୍ରାଫିକ ଜାମ ହେବ ସଙ୍ଗେ ସଙ୍ଗେ ଉକ୍ତ ଅଞ୍ଚଳ ରେ ଅଧିକାରୀ ଙ୍କୁ ଏ ନେଇ ସୂଚନା ଦିଆଯିବ। କୌଣସି ଆତଙ୍କବାଦୀ ଆକ୍ରମଣ କୁ ପ୍ରତିହତ କରିବା ପାଇଁ ଓଡ଼ିଶା ପୋଲିସ ର ଆଣ୍ଟି ଟେରରିଷ୍ଟ ସ୍କାର୍ଡ, ଏନ୍ ଏସ ଜି ମୁତୟନ ରହିବେ। ଅଜଣା ଡ୍ରୋନ କୁ ଚିହ୍ନଟ ଓ ଖସାଇଦେବାକୁ ଆଣ୍ଟି ଡ୍ରୋନ ବ୍ୟବସ୍ଥା ରହିବ। ସମୁଦ୍ର ତଟ ସୁରକ୍ଷା ପାଇଁ ମେରାଇନ ପୋଲିସ, କୋଷ୍ଟଗାର୍ଡ ମିଳିତ ଭାବେ ସମୁଦ୍ର ରେ ପାଟ୍ରଲିଂ କରିବେ। ଏଣୁ ବାହୁଡା଼ ଯାତ୍ରା ଠାରୁ ନୀଳାଦ୍ରି ବିଜେ ଯାଏ ରଥ ଯାତ୍ରା ର ସମସ୍ତ ନୀତି କାନ୍ତି କୁ ଶୃଙ୍ଖଳିତ, ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।ମହାପ୍ରଭୂ ଙ୍କ ରଥ ଯାତ୍ରା ରେ ଥିବା ଅନ୍ୟ ସମସ୍ତ ନୀତି ଓ ପରମ୍ପରା କୁ ଶାନ୍ତି ଶୃଙ୍ଖଳା ରେ ଶେଷ ପାଇଁ ଗତ ମଙ୍ଗଳବାର ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଗସ୍ତ ରେ ଆସି ଏକ ସମୀକ୍ଷା ବୈଠକ କରିଥିଲେ। ଆଗାମୀ ବାହୁଡା଼ ଦିନ, ସୁନା ବେଶ୍ ଓ ନୀଳାଦ୍ରି ବିଜେ ନୀତି ସୁରୁଖୁରୁରେ ଆୟୋଜନ ପାଇଁ ସବୁ ଅଧିକାରୀ ଜଣେ ଜଣେ ମହାପ୍ରଭୁ ଙ୍କ ସେବକ ହିସାବ ରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ
No comments yet.