🗂 Local | 🕒 06 Jul 2025, 21:21 IST
ପୁରୀ ପବିତ୍ର ସୁନାବେଶରେ ଅଘଟଣ।ରାଧାବଲ୍ଲଭ ମଠରୁ ଖସି ପଡେ ଜଣେ ଭକ୍ତ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତର ହେଉଛନ୍ତି ଜଗତସିଂହପୁର ପାଟେଳୀ ଗାଁର ବାବାଜୀ ବେହେରା।ତାଙ୍କୁ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି।ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ପାଟି ଓ ନାକରୁ ରକ୍ତ ବାହାରୁଛି।ତେବେ ସେ କେଉଁ ପରିସ୍ଥିତିରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାଧାବଲ୍ଲଭ ମଠ ଉପରକୁ ଯାଇଥିଲେ ଓ କିଭଳି ଖସି ପଡିଲେ ତାହା ସ୍ପଷ୍ଟ ହୋଇନାହିଁ ।ସମ୍ଭବତଃ ମାଙ୍କଡ଼ ଗୋଡାଇବା ଯୋଗୁଁ ସେ ଇତଃ ସ୍ତତଃ ହୋଇ ଖସି ପଡିଥିବା ସନ୍ଦେହ କରାଯାଉଛି ।
No comments yet.