🗂 Local | 🕒 08 Jul 2025, 13:52 IST
ନବଦିନାତ୍ମକ ରଥଯାତ୍ରା ସାରି ଆଜି ବଡ ଦେଉଳକୁ ପ୍ରତ୍ୟାବର୍ତ୍ତନ କରିବେ ମହାପ୍ରଭୁ । ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ନୀଳାଦ୍ରି ବିଜେ ନୀତି। ମହାପ୍ରଭୁ ରଥରୁ ପୁଣି ଶ୍ରୀ ମନ୍ଦିର ରତ୍ନ ସିଂହାସନକୁ ବାହୁଡ଼ି ଯିବେ । ଏହି ଅବସରରେ ବାଲୁକା ଚିତ୍ରକଳାରେ ରସଗୋଲା ଦିବସ ଶୁଭେଚ୍ଛା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ରଥ ଯାତ୍ରାରେ ସାଙ୍ଗରେ ନେଇ ନଥିବା ଯୋଗୁଁ ଅଭିମାନ କରିଥିବା ପ୍ରାଣପ୍ରିୟା ପତ୍ନୀ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା ଓ ପାଟ ଶାଢ଼ୀ ଦେଇ ମାନ ଭଞ୍ଜନ କରିବେ । ଏହି ସୁନ୍ଦର ନୀତିକୁ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲିରେ ଏକ ବାଲୁକା ଚିତ୍ର କଳାରେ ଦର୍ଶାଇଛନ୍ତି । ମହାପ୍ରଭୁ ଶ୍ରଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ସହିତ ବାଲିରେ 100 ଟି ରସଗୋଲା ଥିବା କୁଡୁଆ ତିଆରି କରିଛନ୍ତି । ଯାହାକି ବେଶ୍ ଆକର୍ଷଣୀୟ ହୋଇଛି ।
ମହାପ୍ରଭୁଙ୍କ ନୀଳାଦ୍ରି ବିଜେକୁ ଓଡିଆ ମାନେ ରସଗୋଲା ଦିବସ ଭାବେ ପାଳନ କରି ଆସୁଛନ୍ତି । ଏହି ଅବସରରେ ରସଗୋଲା ଦିବସ ଶୁଭେଚ୍ଛା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା ଚିତ୍ରକଳାରେ ଦେଇଛନ୍ତି ।
No comments yet.