🗂 Art & Culture | 🕒 08 Jul 2025, 14:55 IST
ଆଜି ହେଉଚି ପବିତ୍ର ନୀଳାଦ୍ରି ବିଜେ।ମହାପ୍ରଭୂ ଶ୍ରୀ ଜଗନ୍ନାଥ ରଥ ରୁ ଶ୍ରୀ ମନ୍ଦିର ରତ୍ନ ସିଂହାସନ କୁ ବିଜେ କରିବେ। ତେବେ ଏହି ଅବସର ରେ ମହାପ୍ରଭୂ ଶ୍ରୀ ଜଗନ୍ନାଥ ପତ୍ନୀ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଖୁଆଇ ମାନ ଭଞ୍ଜନ କରିବେ। ଯେହେତୁ ମହାପ୍ରଭୁ ନିଜ ପତ୍ନୀ ଙ୍କୁ ନ ନେଇ କେବଳ ଭାଇ ଭଉଣୀ ଙ୍କୁ ନେଇ ରଥ ଯାତ୍ରା ରେ ଯାଇଛନ୍ତି ସେଥି ମହାପ୍ରଭୁ ଙ୍କ ଉପରେ ମହାଲକ୍ଷ୍ମୀ ରାଗ ଓ ଅଭିମାନ କରିଥାନ୍ତି। ମହାଲକ୍ଷ୍ମୀ ଙ୍କ ଅଭିଯାନ କୁ ତୋଷ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିଥାଆନ୍ତି। ଏହି ପରମ୍ପରା କୁ ଓଡ଼ିଆ ମାନେ ଓ ଜଗନ୍ନାଥ ପ୍ରେମୀ ମାନେ ରସଗୋଲା ଦିବସ ଭାବେ ପାଳନ କରୁଛନ୍ତି। ଏହି ଅବସର ଆଜି ରଥ ସମ୍ମୁଖ ରେ ହଜାର ହଜାର ଭକ୍ତ ମହାପ୍ରଭୁ ଙ୍କ ଉଦ୍ଦେଶ୍ୟ ରସଗୋଲା ଭୋଗ ଅର୍ପଣ କରିଛନ୍ତି। ଏଥି ପାଇଁ ରଥ ନିକଟ ରେ ହଣ୍ଡା ହଣ୍ଡା ରସଗୋଲା ବିକ୍ରି ଚାଲିଚି। ହଜାର ହଜାର ଭକ୍ତ ରସଗୋଲା କୁଡୁଆ ରେ ନେଇ ମହାପ୍ରଭୂ ଙ୍କ ଉଦ୍ଦେଶ୍ୟ ଅର୍ପଣ କରି ରସଗୋଲା ଦିବସ ପାଳନ କରିଛନ୍ତି।
ଜଣେ ଭକ୍ତ କହିଛନ୍ତି, ରସଗୋଲା ଓଡ଼ିଶା ରୁ ଉତ୍ପତ୍ତି। ଶହ ଶହ ବର୍ଷ ହେବ ମହାପ୍ରଭୁ ନିକଟ ରେ ରସଗୋଲା ଭୋଗ ହୋଇ ଆସୁଚି। ଏହା ଆମର ପରମ୍ପରା। ଏଣୁ ପ୍ରତ୍ୟେକ ଓଡ଼ିଆ ମାନେ ଆଜିର ପବିତ୍ର ଦିନ କୁ ରସଗୋଲା ଦିବସ ଭାବେ ପାଳନ କରୁଛନ୍ତି। ଏହା ଏକ ଭଲ କାର୍ଯ୍ୟ। ରସଗୋଲା ଦିବସ ପାଳନ ହେଲେ ଆଗାମୀ ପିଢ଼ି ଆମ ବିଧି ଓ ପରମ୍ପରା ସଂପର୍କରେ ଜାଣି ପାରିବେ। ଆମ ଜଗନ୍ନାଥ ସଂସ୍କୃତି ର ସୁରକ୍ଷା ଓ ପ୍ରଚାର ପ୍ରସାର ହୋଇ ପାରିବ
No comments yet.