ଜଗନ୍ନାଥ ମନ୍ଦିର ମେଘନାଦ ପାଚେରୀ ଡେଇଁଲେ 4 ଯୁବକ, ଭିଡିଓ ଭାଇରାଲ - NILACHALA SAMACHAR
Article Image

ଜଗନ୍ନାଥ ମନ୍ଦିର ମେଘନାଦ ପାଚେରୀ ଡେଇଁଲେ 4 ଯୁବକ, ଭିଡିଓ ଭାଇରାଲ

🗂 Local | 🕒 09 Jul 2025, 14:17 IST

ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ଅଭିଯୋଗ । ରଥଯାତ୍ରାକୁ ନେଇ ପୂରା ପୁରୀ ସୁରକ୍ଷା ବଳୟ ଭିତରେ ଥିବାବେଳେ ପୋଲିସ ଆଖିରେ ଧୂଳି ନେଇ ଶ୍ରୀମନ୍ଦିରରେ ପ୍ରବେଶ କଲେ 4 ଯୁବକ । ଦକ୍ଷିଣ ଦ୍ଵାର ନିକଟରେ ପଡ଼ିଥିବା ଅଳିଆ ଗଦାରେ ଚଢ଼ି 4 ଜଣ ଯୁବକ ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହା ଗତକାଲି (ନୀଳାଦ୍ରି ବିଜେ ଦିନର) ଘଟଣା ବୋଲି କୁହାଯାଉଛି । ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ ?


ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, 4 ଜଣ ଯୁବକ ଅଳିଆ ଗଦା ଉପରେ ଚଢି ମେଘନାଦ ପାଚେରୀ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ଶ୍ରୀମନ୍ଦିର ଚାରିଦ୍ଵାର ଥିବା ବେଳେ ଏହି ଯୁବକ ମାନେ କାହିଁକି ପେଜ ନଳା ନିକଟ ମେଘନାଦ ପାଚେରୀ ପଟେ ପଡ଼ିଥିବା ଅଳିଆ ଗଦା ଉପରେ ଚଢି ଶ୍ରୀମନ୍ଦିରକୁ ପ୍ରବେଶ କଲେ ସେ ନେଇ ପ୍ରଶ୍ନ ଉଠିଛି ।


ଏହି ଯୁବକମାନଙ୍କ ଉଦ୍ଦେଶ୍ୟ କଣ ଥିଲା ? ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଥିବା କଥା କହୁଥିବା ବେଳେ ଏଭଳି ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ପୁରୀ ଏସପି ଘଟଣାର ତଦନ୍ତ କରି ଅଳିଆ ଗଦା ଦେଇ ପ୍ରବେଶ କରିଥିବା ଯୁବକଙ୍କୁ ଠାବ କରିବାକୁ ଦାବି ହୋଇଛି । ତାଙ୍କର କଣ ଉଦ୍ଦେଶ୍ୟ ଥିଲା ସେମାନେ କିଏ ତାହାର ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।


ପୁରୀ ଏସପି ପିନାକ ମିଶ୍ର ‘ଇଟିଭି ଭାରତ’କୁ କହିଛନ୍ତି, ‘ଘଟଣାର ତଦନ୍ତ ହେବ । ଯିଏ କର୍ତ୍ତବ୍ୟରେ ଅବହେଳା କରିଥିବ, କାର୍ଯ୍ୟାନୁଷ୍ଠାନ ନିଆଯିବ ।

💬 Leave a Comment

🗨️ Approved Comments

No comments yet.

🔗 Share this article: