ପୁରୀ ଶରଧାବାଲି ଦଳାଚକଟା ପ୍ରସଙ୍ଗ, ଆରମ୍ଭ ହେଲା ତଦନ୍ତ ଆୟୁକ୍ତଙ୍କ ଉପସ୍ଥିତିରେ ସାକ୍ଷ୍ୟ ଗ୍ରହଣ - NILACHALA SAMACHAR
Article Image

ପୁରୀ ଶରଧାବାଲି ଦଳାଚକଟା ପ୍ରସଙ୍ଗ, ଆରମ୍ଭ ହେଲା ତଦନ୍ତ ଆୟୁକ୍ତଙ୍କ ଉପସ୍ଥିତିରେ ସାକ୍ଷ୍ୟ ଗ୍ରହଣ

🗂 Local | 🕒 11 Jul 2025, 03:23 IST

ପୁରୀ ଶରଧାବାଲି ଦଳାଚକଟା ପ୍ରସଙ୍ଗ । ପୁରୀରେ ଆରମ୍ଭ ହେଲା ତଦନ୍ତ ଆୟୁକ୍ତଙ୍କ ଉପସ୍ଥିତିରେ ସାକ୍ଷ୍ୟ ଗ୍ରହଣ । ପୁରୀ ସର୍କିଟ ହାଉସ ରେ ଆରମ୍ଭ ହୋଇଛି ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ । ଉନ୍ନୟନ କମିଶନର ଅନୁ ଗର୍ଗ ଉପସ୍ଥିତ ରହି ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରୁଛନ୍ତି । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଘଟଣା ସ୍ଥଳରେ ଥିବା ବ୍ୟକ୍ତିମାନେ ତଥ୍ୟ ଓ ସାକ୍ଷ୍ୟ ରଖୁଛନ୍ତି । ଗତକାଲି ଭୁବନେଶ୍ୱରରେ ପ୍ରାୟ ୧୭ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ଆଜି ପୁରୀ ପ୍ରଦକ୍ଷିଣ ଗୃହରେ ପୂର୍ବ ସୂଚନା ଅନୁଯାୟୀ ଚାଲିଛି ସାକ୍ଷ୍ୟ ଗ୍ରହଣ ।


ସାଧାରଣ ଲୋକଙ୍କ ଠାରୁ ସାକ୍ଷ୍ୟ ତଥା ତଥ୍ୟ ଗ୍ରହଣ ପାଇଁ ପୂର୍ବରୁ ସରକାରଙ୍କ ପକ୍ଷ ରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଇମେଲ ଓ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ମଧ୍ୟ ସୂଚନା ରହିଥିଲା । ବର୍ତ୍ତମାନ ସୁଦ୍ଧା ୧୪ ଜଣ ବ୍ୟକ୍ତି ସାକ୍ଷ୍ୟ ଦେବାପାଇଁ ପଞ୍ଜିକରଣ କରିସାରିଛନ୍ତି । ରଥଯାତ୍ରା ସହିତ ଯେଉଁ ଷ୍ଟେକ ହୋଲ୍ଡରମାନେ ଜଡ଼ିତ ରହିଛନ୍ତି ,ସେମାନେ ମଧ୍ୟ ଉନ୍ନୟନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ନିଜ ପକ୍ଷ ଓ ସାକ୍ଷ୍ୟ ରଖିବେ ବୋଲି କହିଛନ୍ତି ପୁରୀ ଏସପି ।




💬 Leave a Comment

🗨️ Approved Comments

No comments yet.

🔗 Share this article: