ହୁଣ୍ଡି ଚୋରି ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଦୁଇ ଗିରଫ ସହ କୋର୍ଟ ଚାଲାଣ l - NILACHALA SAMACHAR
Article Image

ହୁଣ୍ଡି ଚୋରି ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଦୁଇ ଗିରଫ ସହ କୋର୍ଟ ଚାଲାଣ l

🗂 Crime | 🕒 11 Jul 2025, 21:57 IST

ପୁରୀ ଶ୍ରୀରାମ ମନ୍ଦିର ହୁଣ୍ଡି ଚୋରି ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଦୁଇ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟ ହେଲେ ସତ୍ୟବାଦୀ ଥାନା ଅନ୍ତର୍ଗତ ବିଶ୍ୱନାଥ ପୁରର ଲିପା ଓରଫ ଶ୍ରୀଧର ମିଶ୍ର 32 ଓ ବାଲିସାହି ଚନ୍ଦ୍ରକୁଟର ମୁନା ମିଶ୍ର 25 l ଅଭିଯୁକ୍ତ ଦ୍ବୟଙ୍କ ନିକଟରୁ ଦାନବାକ୍ସ, 2200ଟଙ୍କା, ଗୋଟିଏ ସ୍କୁଟି ଓ ମୋବାଇଲ ଜବତ କରିଛି ପୁଲିସ l ଗତ 8 ତାରିଖ ବିଳମ୍ବିତ ରାତ୍ରରେ ଶ୍ରୀରାମ ମନ୍ଦିର ହୁଣ୍ଡି ବା ଦାନବାକ୍ସ ଚୋରି ହୋଇଥିବା ନେଇ ଗତ 9ତାରିଖ ସକାଳେ ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ପାଟଣାର ବିକ୍ରମ କୁମାର ଷଡ଼ଙ୍ଗୀ ଥାନାରେ ଏତଲା ଦେଇଥିଲେ l ପରେ ସମୁଦ୍ରକୂଳ ଥାନା ପୁଲିସ 182/2025 ନମ୍ବର ମାମଲା ରୁଜୁକରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରି ଚୋରି ଜିନିଷ ଜବତ କରିଥିଲେ l ଆଜି ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l ଅଭିଯୁକ୍ତ ଦ୍ବୟଙ୍କ ବିରୁଦ୍ଧରେ ସତ୍ୟବାଦୀ ଥାନାରେ ପୂର୍ବରୁ ବହୁ ମାମଲା ରହିଥିବା ନେଇ ପୁଲିସ ସୂତ୍ରରୁ ସୂଚନା ମିଳିଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: