🗂 Local | 🕒 11 Jul 2025, 22:10 IST
ପୁରୀ ଆସନ୍ତାକାଲି ଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ । ଏ ନେଇ ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଙ୍ଘ । ପୁରୀ ଠାରେ ଅନୁଷ୍ଠିତ ଘରୋଇ ବସ୍ ମାଲିକ ସଙ୍ଘ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବସ୍ କୁ ସୁରକ୍ଷା ଦେବାକୁ ସରକାରଙ୍କୁ ଦାବି କରିଛି ସଂଘ । ରାଜ୍ୟ ବସ୍ ମାଲିକ ସଂଘ ସଭାପତିଙ୍କ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଡ୍ରାଇଭର ସଂଘ ଆନ୍ଦୋଳନ ଯୋଗୁ ବସ୍ ଚଳାଚଳ ବନ୍ଦ ଥିଲା । ବସ ବନ୍ଦ ଯୋଗୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
No comments yet.