ବୃଦ୍ଧ ମହିଳାଙ୍କୁ ଘରେ ପସି ହାଣିଲେ ଦୃର୍ବୁତ୍ତ - NILACHALA SAMACHAR
Article Image

ବୃଦ୍ଧ ମହିଳାଙ୍କୁ ଘରେ ପସି ହାଣିଲେ ଦୃର୍ବୁତ୍ତ

🗂 Crime | 🕒 12 Jul 2025, 23:50 IST

ପୁରୀ ବାସେଳୀସାହି ବଡ଼ଓଡ଼ିଆ ମଠ ନିକଟରେ ଆକ୍ରମଣ ଘଟଣା ଘଟିଛି l ଆକ୍ରମଣରେ ଜଣେ ବୟସ୍କ ମହିଳା ଆହତ ହୋଇଛନ୍ତି l ତାଙ୍କ ପରିଚୟ ବାସେଳୀସାହି ବଡ଼ଓଡ଼ିଆ ମଠ ନିକଟର ମନ୍ଦାକିନୀ ତ୍ରିପାଠୀ 75 l ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି l ଘରେ ପଶି 5ଜଣ ଦୁର୍ବୁତ୍ତ ତାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ମନ୍ଦାକିନୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି l ଜମିବାଡ଼ି ବିବାଦକୁ ନେଇ ଆକ୍ରମଣ ଘଟଣା ଘଟିଛି l ଘଟଣା ସ୍ଥଳରୁ ପିସିଆର ଉଦ୍ଧାର କରି ମନ୍ଦାକିନୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି l

💬 Leave a Comment

🗨️ Approved Comments

No comments yet.

🔗 Share this article: