🗂 Local | 🕒 14 Jul 2025, 17:06 IST
ପୁରୀ ଜଗନ୍ନାଥ ବଲ୍ଳଭରେ ଅଭାବନୀୟ ଦୃଶ୍ୟ । ବନ୍ଧା ହୋଇ ପଡିଛନ୍ତି ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି l ଥାକ ଥାକ ହୋଇ ବନ୍ଧା ହୋଇ ପଡିଛନ୍ତି ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ l ଏହା କୌଣସି ଡେକୋରେଟଙ୍କ ଗୋଦାମ ଘର ନୁହେଁ । ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମହାପ୍ରଭୁଙ୍କ ଚିତ୍ତବିନୋଦନ ଉଦ୍ୟାନ ଜଗନ୍ନାଥ ବଲ୍ଳଭରେ । ଏହି ଦୃଶ୍ୟ ଭକ୍ତଙ୍କୁ ମର୍ମାହତ କରୁଛି । ଏଥିରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ।
ମହାପ୍ରଭୁଙ୍କ ପ୍ରତି ଅସମ୍ମାନ ଜଗନ୍ନାଥପ୍ରେମୀ ଗ୍ରହଣ କରି ପାରୁ ନାହାନ୍ତି । ୨୦୨୪ମସିହା ଆରମ୍ଭରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ସମୟରେ ଭବ୍ୟ ପ୍ରସ୍ତୁତି କରାଯାଇଥିଲା l ଜଗନ୍ନାଥ ବଲ୍ଳଭ ପରିସରରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ମହାପ୍ରଭୁଙ୍କ ୨୫ପ୍ରକାର ବେଶ ପ୍ରଦର୍ଶିତ ହୋଇଥିଲା ।
ଅନେକ ଦିନରୁ ହେଉ ନଥିବା ରଘୁନାଥ ବେଶ ମଧ୍ୟ ସେଥିରେ ସ୍ଥାନ ପାଇଥିଲା l ଦର୍ଶନାର୍ଥୀମାନେ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସି ଗୋଟିଏ ସ୍ଥାନରେ ଏସବୁ ବେଶ ଦେଖି କୃତାର୍ଥ ହେଉଥିଲେ l ଏବେ ଠାକୁରମାନଙ୍କୁ ଏଠି ଅଲୋଡ଼ା କରି ଛାଡ଼ି ଦିଆଯାଇଛି । ଯାହାକୁ ନେଇ ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
No comments yet.