ବଟି ନଦେବାରୁ ଅଟୋ ଡ୍ରାଇଭରଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ । - NILACHALA SAMACHAR
Article Image

ବଟି ନଦେବାରୁ ଅଟୋ ଡ୍ରାଇଭରଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ ।

🗂 Crime | 🕒 14 Jul 2025, 17:30 IST

ପୁରୀ ବଟି ନଦେବାରୁ ଅଟୋ ଡ୍ରାଇଭରଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହେଲେ ଅଟୋ ଚାଳକ । ପୁରୀ ଶ୍ରୀମନ୍ଦିର ନିକଟ ସତ୍ୟନାରାୟଣ ମନ୍ଦିରଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଅଟୋ ଚାଳକଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ଗୁରୁତର ଅବସ୍ଥାରେ ଅଟୋ ଡ୍ରାଇଭରଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ଗୁରୁତର ହୋଇଥିବା ଅଟୋ ଡ୍ରାଇଭର ଜଣକ ହେଉଛନ୍ତି ଜଗନ୍ନାଥ ବସ୍ତିର ରଘୁନାଥ ରାଉତ ।


ଅଭିଯୋଗ ଅନୁଯାୟୀ, ଦୋଳବେଦୀ କୋଣ ଷ୍ଟାଣ୍ଡଠାରେ ଅଟୋ ରଖିବା ପାଇଁ ଗୋଖା ସାହିର କିଛି ଦୁର୍ବୃତ୍ତ ୫ ଲକ୍ଷ ଟଙ୍କା ବଟି ମାଗିଥିଲେ । ବଟି ନଦେବା ପାଇଁ ରଘୁନାଥ ମନା କରିଦେବାରୁ ଏହାକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ସିଂହଦ୍ଵାର ଥାନା ପୁଲିସ ଏବଂ ସିଟି ଡିଏସପି ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି ।‌



💬 Leave a Comment

🗨️ Approved Comments

No comments yet.

🔗 Share this article: