🗂 Crime | 🕒 19 Jul 2025, 17:13 IST
ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି । ୩ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ପ୍ରଥମେ ତାଙ୍କୁ ପିପିଲିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଆଜି ଛାତ୍ରୀ ଜଣଙ୍କ ଚାଲି ଚାଲି ସାଙ୍ଗ ଘରକୁ ଯିବା ବେଳେ ଏଭଳି କାଣ୍ଡ ଘଟଣା ଥିଲେ ଦୁର୍ବୃତ୍ତମାନେ । ନିଆଁ ଲାଗିବା ପରେ ସ୍ଥାନୀୟ ଲୋକ ଆସି ଯୁବତୀ ଜଣଙ୍କୁ ରକ୍ଷା କରିଥିଲେ । ଏହି ଘଟଣା ପରେ ବଳଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ବଳଙ୍ଗା ପୋଲିସର ତଦନ୍ତ ଆରମ୍ଭ କରିଛି ।
No comments yet.