ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l - NILACHALA SAMACHAR
Article Image

ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l

🗂 Crime | 🕒 20 Jul 2025, 01:58 IST

ପୁରୀ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଜଗନ୍ନାଥ ବଲ୍ଲଭର ପାପୁନି ଓରଫ ବିରଞ୍ଚି ମହାପାତ୍ର 26 l ଅଭିଯୁକ୍ତ ନିକଟରୁ ଗୋଟିଏ ଆଇରନ ରଡ଼, ୩ ଶହ ଟଙ୍କା ଓ ମୋବାଇଲ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଅଭିଯୁକ୍ତ ଜଗନ୍ନାଥ ବଲ୍ଲଭ ପରିସରରେ ପଥଚାରୀଙ୍କ ଠାରୁ ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା l ଉକ୍ତ ଖବର ଅନୁଯାୟୀ ଟାଉନ ଥାନାର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲେ l ଅଭିଯୁକ୍ତ ବିରୁଦ୍ଧରେ 304/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: