🗂 Local | 🕒 20 Jul 2025, 17:07 IST
ପୁରୀ ବଳଙ୍ଗାରେ ବିଜେଡିର ବିକ୍ଷୋଭ । ବଳଙ୍ଗା ଥାନା ଘେରିଲେ ବିଜେଡି କର୍ମୀ । ଛାତ୍ରୀଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ ମାମଲାରେ ବଳଙ୍ଗା ଥାନା ଘେରିଲା ବିଜେଡି । ଆନ୍ଦୋଳନ ବେଳେ ପୋଲିସ ସହ ବିଜେଡି କର୍ମୀଙ୍କ ଠେଲାପେଲା, ଧସ୍ତାଧସ୍ତି । ଥାନା ଫାଟକ ଆଗରେ କର୍ମୀଙ୍କୁ ରୋକିଲେ ପୋଲିସ ।
ଅନ୍ୟପଟେ ଦିଲ୍ଲୀ ଏମ୍ସ ଅଭିମୁଖେ ବାହାରିଲେ ବଳଙ୍ଗା ପୀଡ଼ିତା । ଭୁବନେଶ୍ବର ଏମ୍ସରୁ ଗ୍ରୀନ୍ କରିଡର ଭିତରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ନିଆଯାଉଛି । ସହରର ଟ୍ରାଫିକ୍ ତଦାରଖ କରୁଛନ୍ତି ଖୋଦ୍ ଟ୍ରାଫିକ୍ ଡିସିପି । ପୀଡ଼ିତାଙ୍କୁ ୧୦ ମିନିଟରେ ବିମାନବନ୍ଦରରେ ପହଞ୍ଚାଯିବ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମରୁ ୩/୪ ଜଣ ଡାକ୍ତର ପୀଡ଼ିତାଙ୍କ ସହ ଦିଲ୍ଲୀ ଯାଉଥିବା ସୂଚନା ରହିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ବି ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉଥିବା କୁହାଯାଇଛି
No comments yet.