କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ; ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ - NILACHALA SAMACHAR
Article Image

କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ; ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

🗂 Local | 🕒 21 Jul 2025, 16:02 IST

ପୁରୀ ଟାଉନ ଥାନା ଅନ୍ତର୍ଗତ ଗୌଡ଼ବାଡ଼ ସାହିରେ ଅଘଟଣ । କୂଅରୁ ପାଣି କାଢ଼ିବା ବେଳେ ଖସିଗଲା ଗୋଡ଼ । କୂଅରେ ପଡ଼ି ଜମେଶ୍ୱର ମହାଦେବ ମନ୍ଦିରର ପାଳିଆ ସେବାୟତ ଝାଡୁ ପଣ୍ଡା (୭୦ ବର୍ଷ)ଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରିଛି ।


ସୂଚନା ମୁତାବକ, ସୋମବାର ଭୋର ୫ଟା ୧୫ ରେ ଗୌଡ଼ବାଡ଼ ସାହି ସ୍ଥିତ ଜମେଶ୍ୱର ମହାଦେବ ମନ୍ଦିରର ପାଳିଆ ସେବାୟତ ଝାଡୁ ପଣ୍ଡା କୂଅରୁ ପାଣି କାଢୁଥିଲେ । ଏହି ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ କୂଅରେ ପଡ଼ି ଯାଇଥିଲେ । ଫଳରେ କୂଅର ଗଭୀର ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଥିଲା । ଏସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଅଗ୍ନିଶମ ବାହିନୀ ସାହାଯ୍ୟରେ ସେବାୟତ ଝାଡୁ ପଣ୍ଡାଙ୍କ ମୃତଦେହ କୂଅରୁ ଉଦ୍ଧାର କରାଯାଇଛି ।  

💬 Leave a Comment

🗨️ Approved Comments

No comments yet.

🔗 Share this article: