ଅଗ୍ନିଶମ ବାହିନୀ ଗାଡ଼ି ଧକ୍କାରେ ଛାତ୍ର ମୃତ। - NILACHALA SAMACHAR
Article Image

ଅଗ୍ନିଶମ ବାହିନୀ ଗାଡ଼ି ଧକ୍କାରେ ଛାତ୍ର ମୃତ।

🗂 Local | 🕒 21 Jul 2025, 19:52 IST

ପୁରୀ ଅଗ୍ନିଶମ ବାହିନୀ ଗାଡ଼ି ଧକ୍କାରେ ଛାତ୍ର ମୃତ। ମୃତ ଛାତ୍ର ହେଲେ ପୁରୀ ଏସସିଏସ କଲେଜର ସ୍ଵୟଂ ଶୁଭମ୍ ସେନାପତି । ମୃତ ଛାତ୍ର ଯୁକ୍ତ ତିନି ବିଜ୍ଞାନ ଶେଷ ବର୍ଷ ଛାତ୍ର । ଭୁଲ ରୁଟରେ ଆସି ଫାୟାର ଗାଡ଼ି ଧକ୍କା ଦେଇଥିବା ସୂଚନା । ଛାତ୍ର ଜଣଙ୍କ ବାଇକ୍ ଯୋଗେ କଲେଜରୁ ଘରକୁ ଫେରୁଥିଲେ। ଓଡ଼ିଶା ପୋଲିସ ହାଇୱେ ପାଟ୍ରୋଲିଂ ଗାଡ଼ି ଉଦ୍ଧାର କରି ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ପୁରୀ – ଭୁବନେଶ୍ୱର ଜାତୀୟ ରାଜପଥ ତୁଳସୀ ଚଉରା ଛକରେ ଘଟିଛି ଘଟଣା । ଜାତୀୟ ରାଜପଥ ତୁଳସୀ ଚଉରା ଛକ ଓ ପୁରୀ ଅଗ୍ନିଶମ କାର୍ଯ୍ୟାଳୟ ଆଗରେ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ନାରାୟଣ ପ୍ରସାଦ ସିଂହ, ହିମାଂଶୁ ଚନ୍ଦ୍ର ସାହୁ, ଜିଲ୍ଲା ଛାତ୍ର କଂଗ୍ରେସ ନେତା ଆଶୁତୋଷ ମିଶ୍ର, ବିଶ୍ଵଜିତ ମହାପାତ୍ର ଙ୍କ ସମେତ ୧୦୦ ରୁ ଉର୍ଦ୍ଧ କଲେଜ ଛାତ୍ର ରାସ୍ତାରୋକ କରିଥିଲେ । ଏହି ରାସ୍ତା ରୋକ ସମୟରେ ଗମନାଗମନ ବ୍ୟାହତ ହୋଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: