ପୁରୀ : ପାର୍କିଂରେ ଉତ୍ପାତ, ଯୁବତୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ଧରାପଡ଼ିଲେ ୨ ଯୁବକ - NILACHALA SAMACHAR
Article Image

ପୁରୀ : ପାର୍କିଂରେ ଉତ୍ପାତ, ଯୁବତୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ଧରାପଡ଼ିଲେ ୨ ଯୁବକ

🗂 Crime | 🕒 22 Jul 2025, 14:10 IST

ପୁରୀ ସମଙ୍ଗ ପାର୍କିଂରେ ଉତ୍ପାତ । ଧରାପଡ଼ିଲେ ୨ ଯୁବକ , ଖସିଗଲେ ଅନ୍ୟ ୪ ଜଣ ଯୁବକ । ସୋମବାର ରାତିରେ ୩ ଜଣ ଯୁବତୀ ଶ୍ରୀମନ୍ଦିରରୁ ଦର୍ଶନ ସାରି ସମଙ୍ଗ ପାର୍କିଂ ରାସ୍ତାରୁ କଣ୍ଠପୁର ଗାଁକୁ ଯିବା ସମୟରେ ଏକ ପୋଲ ନିକଟରେ ୬ ଜଣ ଯୁବକ ବସିଥିଲେ । ସେମାନେ ଯୁବତୀମାନଙ୍କୁ ଟଣାଓଟରା କରିଥିଲେ । ଯୁବତୀଙ୍କ ମଧ୍ୟରୁ ଜଣଙ୍କର ଭାଇ ଅଭିମନ୍ୟୁ ବରାଳ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ କରୁଥିବା ବେଳେ ୪ଜଣ ଖସି ପଳାଇଥିଲେ ।


୨ଜଣଙ୍କୁ ଧରି ପିସିଆରକୁ ହସ୍ତାନ୍ତର କରାଯାଇଛି । ଏନେଇ ବିଳମ୍ବିତ ରାତିରେ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସଦରଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ କହିଛନ୍ତି ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଟଙ୍କା ଛଡାଇନେଇଥିବା ଅଭିଯୋଗ କରାଯାଇଛି ।

💬 Leave a Comment

🗨️ Approved Comments

No comments yet.

🔗 Share this article: