ଜିଲ୍ଲା ଟେବୁଲ୍ ଟେନିସ ଆସୋସିଏସନ୍ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟ ranking ଟେବୁଲ୍ ଟେନିସ ପ୍ରତିଯୋଗିତା - NILACHALA SAMACHAR
Article Image

ଜିଲ୍ଲା ଟେବୁଲ୍ ଟେନିସ ଆସୋସିଏସନ୍ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟ ranking ଟେବୁଲ୍ ଟେନିସ ପ୍ରତିଯୋଗିତା

🗂 Local | 🕒 22 Jul 2025, 18:40 IST

ପୁରୀ ଜିଲ୍ଲା ଟେବୁଲ୍ ଟେନିସ ଆସୋସିଏସନ୍ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟ ranking ଟେବୁଲ୍ ଟେନିସ ପ୍ରତିଯୋଗିତା ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଖୋ ଖୋ ହଲ ପରିସରରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପୁରୀ ,ଭୁବନେଶ୍ୱର ,କଟକ ,ଖୋର୍ଦ୍ଧା ,ସୁନ୍ଦରଗଡ଼ , ଏଜି ଓଡ଼ିଶା ,ରେଳବାଇ ଆଦି ଟିମ୍ କୁ ମିଶାଇ ମୋଟ ୧୯୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ଖ୍ୟାତନାମା ଟେବୁଲ୍ ଟେନିସ ଖେଳାଳି ଡି,ଦେବଦତ୍ତ ସୁବୁଦ୍ଧି, ଜିଜ୍ଞାସୁ ସାଇ କିରଣ ପ୍ରଧାନ ,ନେହା କୁମାରୀ ,ତୁଷାର ଚୌହାନ ,ସମ୍ରାଟ ଚକ୍ରବର୍ତ୍ତୀ ,ଆଲବର୍ଟ କିଣ୍ଡୋ ପ୍ରମୁଖ ତାରକା ଖେଳାଳି ଯୋଗ ଦେବେ ।ଓଡ଼ିଶା ରାଜ୍ୟ ଟେବୁଲ୍ ଟେନିସ ଆସୋସିଏସନ୍ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଖେଳାଳୀ ଉତ୍କଳିକା ପତି ,ରଞ୍ଜିତା ଭଟ୍ଟାଚାର୍ଯ୍ୟ,ହରପ୍ରସାଦ ଦାସ ମହାପାତ୍ର,ଜିଜ୍ଞାସୁ ସାଇ କିରଣ ପ୍ରଧାନ ,ପି.ପରିତୋଷ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବ।ଏଥିସହ ୨୦୦୧ ମସିହାରେ ବହୁ କଷ୍ଟ କରି ଜିଲ୍ଲା ଟେବୁଲ୍ ଟେନିସ ଆସୋସିଏସନ୍ ଗଠନ କରିଥିବା ଅନୁଷ୍ଠାନର ଉପଦେଷ୍ଟା ଡଃ ଶ୍ରୀନିବାସ ଆଚାର୍ଯ୍ୟ,ପରୀକ୍ଷିତ ଚରଣ ସାହୁ ,ସଭାପତି ଦାମୋଦର ପ୍ରଧାନୀ,ଉପ ସଭାପତି ଦୂର୍ଗା ପ୍ରସାଦ ଦାସ ମହାପାତ୍ର ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରାଯିବ ।ଜିଲ୍ଲାରେ ଟେବୁଲ୍ ଟେନିସ ଖେଳ ପାଇଁ ଭିତ୍ତିଭୂମି ନାହିଁ।ପୁରୀ ଜିଲ୍ଲା ଟେବୁଲ୍ ଟେନିସ ଆସୋସିଏସନ୍ ପକ୍ଷରୁ ନିଜସ୍ଵ ପ୍ରଚେଷ୍ଟାରେ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି ।କଟକ ,ଭୁବନେଶ୍ୱର ପରି ରାଜ୍ୟ ସରକାରଙ୍କ ସହଯୋଗରେ ଟେବୁଲ୍ ଟେନିସ ଏକାଡେମୀ ଖୋଲା ଯାଇ ପାରିଲେ ଅଧିକରୁ ଅଧିକ ଟେବୁଲ୍ ଟେନିସ ଖେଳାଳୀ ଉଭୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ସୁନାମ ଆଣିପାରିବେ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ୍ ସମ୍ପାଦକ ବିମଳ ପ୍ରସାଦ ମହାନ୍ତି ଓ ଇପସିତ ପ୍ରତିହାରୀ ,ସୂଚନା ଦେଇଛନ୍ତି।

💬 Leave a Comment

🗨️ Approved Comments

No comments yet.

🔗 Share this article: