🗂 Crime | 🕒 22 Jul 2025, 21:00 IST
ପୁରୀ ଜଗନ୍ନାଥ ବଲ୍ଲଭ ପରିସରରେ ମୋବାଇଲ ଲୁଟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଜଗନ୍ନାଥବଲ୍ଲଭର ପ୍ରଫୁଲ୍ଲ ଦାସ 60 l ଅଭିଯୁକ୍ତ ନିକଟରୁ ଏକ ମୋବାଇଲ ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତକାଲି ରାତ୍ରରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଶାସନର ଜୟନ୍ତ ପ୍ରଧାନ ଥାନାରେ ଅଭିଯୋଗ କରିଥିଲେ ଯେ ସେ ଜଗନ୍ନାଥ ବଲ୍ଳଭ ପରିସରରେ ଥିବାବେଳେ କେହିଜଣେ ଦୁର୍ବୁତ୍ତ ତାଙ୍କ ହାତରୁ ମୋବାଇଲ ଲୁଟ କରି ଫେରାର ହୋଇଥିଲା l ଉକ୍ତ ଅଭିଯୋଗ କ୍ରମେ ଟାଉନ ଥାନା ପୁଲିସ 308/2025 ନମ୍ବର ମାମଲା ରୁଜୁ କରି ତଦନ୍ତ ପରେ ମୋବାଇଲ ଜବତ କରି ଅଭିଯୁକ୍ତକୁ ଗିରଫ ପରେ ମଙ୍ଗଳବାର କୋର୍ଟ ଚାଲାଣ କରିଥିଲା l
No comments yet.